Categories: ଜାତୀୟ

ହୋଇପାରେ ଭାଜପା-ଜେଡିଏସ୍‌ ମେଣ୍ଟ

ନୂଆଦିଲ୍ଲୀ,୮ା୬: ୨୦୨୪ ସାଧାରଣ ନିର୍ବାଚନରେ ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌) ଏବଂ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ୨୦୧୯ ଲୋକ ସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଦଳ କର୍ନାଟକର ୨୮ ଆସନରେ ନିର୍ବାଚନ ଲଢିଥିଲା। ହେଲେ ଜେଡିଏସ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଏପରିକି ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୨୨୪ ଆସନରୁ ମାତ୍ର ୧୯ଟି ସିଟ୍‌ରେ ଜେଡିଏସ୍‌ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷେ ଦେବେଗୌଡ଼ା ଓ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ନିଜ ଜନସମର୍ଥନ ବଞ୍ଚାଇବା ପାଇଁ ଭାଜପା ସହ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରୁଥିବା କୁହାଯାଉଛି। ଏହା ପୂର୍ବରୁ ମେ’ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଉଦ୍‌ଘାଟନ କରିଥିବା ବେଳେ ଅନେକ ବିରୋଧୀ ଦଳ ଏହାକୁ ବର୍ଜନ କରିଥିଲେ। କିନ୍ତୁ ଦେବେଗୌଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Share