Posted inଜାତୀୟ

ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୧ା୮: ଦେଶରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି ଚାଲିଛି। ତାଙ୍କ ଅଧୀନରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାବୁମାନେ ସବୁଠୁ ଅଧିକ ଦୁର୍ନୀତିରେ ଲିପ୍ତ। ଏହି କଥାର ପ୍ରମାଣ ଦେଇଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)।
ପକ୍ଷରୁ ସଦ୍ୟ ଜାରି ବାର୍ଷିକ ରିପୋର୍ଟ ଅନୁସାରେ ଗତବର୍ଷ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଥିଲା। ଭ୍ରଷ୍ଟାଚାର କ୍ଷେତ୍ରରେ ଏହା ତଳକୁ ରହିଛନ୍ତି ରେଲଓ୍ବେ ଓ ବ୍ୟାଙ୍କ କର୍ମଚାରୀ। ରିପୋର୍ଟ ଅନୁଯାୟୀ, ୨୦୨୨ରେ କେନ୍ଦ୍ର ସରକାରଙ୍କ ଅଧୀନ ବିଭାଗ ଓ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ସବୁ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କ ବିରୋଧରେ ମୋଟ ୧,୧୫,୨୦୩ ଦୁର୍ନୀତି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୮୫,୪୩୭ ମାମଲାର ଫଇସଲା ହୋଇଥିବାବେଳେ ୨୯,୭୬୬ ମାମଲା ପଡ଼ିରହିଛି। ୨୨,୦୩୪ ମାମଲା ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗଡ଼ୁଛି। ସିଭିସି ୩ ମାସ ମଧ୍ୟରେ ଅଭିଯୋଗଗୁଡ଼ିକର ଯାଞ୍ଚ ଓ ତଦନ୍ତ କରିବା ପାଇଁ ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏହାର କର୍ମଚାରୀମାନଙ୍କ ବିରୋଧରେ ୪୬,୬୪୩ ଅଭିଯୋଗ ଆସିଥିବାବେଳେ ରେଲଓ୍ବେ ଏବଂ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟରତ ବାବୁଙ୍କ ବିରୋଧରେ ଯଥାକ୍ରମେ ୧୦,୫୮୦ ଓ ୮,୧୨୯ ଅଭିଯୋଗ ଆଗତ ହୋଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ କର୍ମଚାରୀଙ୍କ ନଁାରେ ଥିବା ଅଭିଯୋଗ ମଧ୍ୟରୁ ୨୩,୯୧୯ଟିର ଫଇସଲା ହୋଇଥିବାବେଳେ ୨୨,୭୨୪ ବିଚାରାଧୀନ ରହିଛି। କେବଳ ୧୯,୧୯୮ ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ଗଡ଼ୁଛି। ସେହିପରି ରେଲଓ୍ବେ ବାବୁଙ୍କ ବିରୋଧରେ ଥିବା ଅଭିଯୋଗ ମଧ୍ୟରୁ ୯,୬୬୩ଟିର ଫଇସଲା ହୋଇଥିବାବେଳେ ୯୧୭ ବିଚାରାଧୀନ ରହିଛି। ସେଥିରୁ ୯ଟି ଅଭିଯୋଗ ଗତ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗଡ଼ୁଛି। ବ୍ୟାଙ୍କଗୁଡ଼ିକ ୭,୭୬୨ ଦୁର୍ନୀତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ୩୬୭ ବିଚାରାଧୀନ ରହିଛି।

୭୮ ଅଭିଯୋଗ ୩ ମାସରୁ ଅଧିକ ସମୟ ହେଲା ଗଡ଼ୁଛି। ସେହିପରି ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାରଙ୍କ ଅଧୀନ କର୍ମଚାରଙ୍କ ବିରୋଧରେ ୭,୩୭୦ ଅଭିଯୋଗ ଆସିଥିଲା, ଯହିଁରୁ ୬,୮୦୪ଟିର ଫଇସଲା ହୋଇଥିବାବେଳେ ୫୬୬ ବିଚାରାଧୀନ ରହିଛି। ୩ ମାସରୁ ଅଧିକ ସମୟ ଧରି ଗଡ଼ୁଥିବା ମାମଲା ସଂଖ୍ୟା ୧୮।
ରିପୋର୍ଟରେ ଆହୁରି କୁହାଯାଇଛି, ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ, ଦିଲ୍ଲୀ ମେଟ୍ରୋ ରେଳ ନିଗମ, ଦିଲ୍ଲୀ ଅର୍ବାନ ଆର୍ଟ କମିଶନ ସମେତ ଆଉ କେତେକ ସଂସ୍ଥା ଅଧୀନରେ ଥିବା କର୍ମଚାରୀଙ୍କ ବିରୋଧରେ ୪,୭୧୦ ଅଭିଯୋଗ ଆସିଥିଲା। ସେଥିରୁ ୩,୮୮୯ ଅଭିଯୋଗର ଶୁଣାଣି ଶେଷ ହୋଇଥିବାବେଳେ ୮୨୧ ବିଚାରାଧୀନ ରହିଛି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, କୋଇଲା ମନ୍ତ୍ରଣାଳୟର ୪,୩୦୪ ଅଭିଯୋଗ ମଧ୍ୟରୁ ୪୦୫୦, ଶ୍ରମ ମନ୍ତ୍ରଣାଳୟର ୪,୨୩୬ରୁ ୪୦୧୬ ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର ୨,୬୧୭ ଅଭିଯୋଗ ମଧ୍ୟରୁ ୨,୪୦୯ଟିର ଫଇସଲା ହୋଇସାରିଛି। ଗତବର୍ଷ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କର୍ମଚାରୀଙ୍କ ବିରୋଧରେ ୨,୧୫୦, ପ୍ରତିରକ୍ଷା ମନ୍ତ୍ରଣାଳୟ(୧,୬୧୯), ଟେଲି ଯୋଗାଯୋଗ ବିଭାଗ(୧,୩୦୮), ଅର୍ଥ ମନ୍ତ୍ରଣାଳୟ(୧,୨୦୨) ଏବଂ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ କର୍ମଚାରୀଙ୍କ ବିରୋଧରେ ୧,୧୦୧ ଅଭିଯୋଗ ଆଗତ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

୫୨ ବର୍ଷରେ ଧରିତ୍ରୀ

ପାଳିତ ହୋଇଯାଇଛି ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୨ ତମ ଜନ୍ମ ବାର୍ଷିକୀ ଉତ୍ସବ । ଧରିତ୍ରୀର ପ୍ରତିଷ୍ଠା ଦିବସ ନଭେମ୍ବର ୨୪ରେ ଥିବାବେଳେ ବୁଧବାର...

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri