ବାଲେଶ୍ୱରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଗତିକାଲିର ଘୂର୍ଣ୍ଣିବଳୟ ଆଜି ସାମାନ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ତେଲେଙ୍ଗାନା ଏବଂ ବିଦର୍ଭ ଅଞ୍ଚଳରେ ବାୟୁମଣ୍ଡଳର୧.୫ ରୁ ୩.୧ କିମି ମଧ୍ୟରେ ସକ୍ରିୟ ରହିଛି। ତେବେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ, ୧ ରୁ ୭ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୬୯.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ଅବଧି ମଧ୍ୟରେ ସ୍ବାଭାବିକ ବର୍ଷା ୩୮.୬ ମିମି ତୁଳନାରେ ୮୦ ପ୍ରତିଶତ ଅଧିକ ରହିଛି । ବାଲେଶ୍ୱର ଜିଲାରେ ସର୍ବାଧିକ ୧୭୭.୪ ମିମି, ରାୟଗଡାରେ ୧୭୫.୬ ମିମି ଏବଂ ଭଦ୍ରକ ଜିଲାରେ ୧୭୦.୧ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।