ଦିନକରେ ସର୍ବାଧିକ ୭ ଲକ୍ଷ ପରୀକ୍ଷା

ନୂଆଦିଲ୍ଲୀ, ୧୦।୮(ପି.ଟି.): ଭାରତରେ ଗୋଟିଏ ଦିନରେ ରେକର୍ଡ ୭ ଲକ୍ଷରୁ ଅଧିକ କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨,୪୧,୦୬,୫୩୫ରେ ପହଞ୍ଚତ୍ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୩,୮୭୯ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୪,୮୦,୮୮୪ରେ ପହଞ୍ଚତ୍ବା ସହ ଦେଶରେ ଆରୋଗ୍ୟ ହାର ୬୮.୭୮%କୁ ବୃଦ୍ଧି ପାଇଛି। ସେହିପରି କରୋନାରେ ମୃତ୍ୟୁହାର ମଧ୍ୟ ୨.୦୧ ପ୍ରତିଶତକୁ ହ୍ରାସ ପାଇଛି। ଶନିବାର ମୋଟ ୭,୧୯,୩୬୪ ନମୁନା ପରୀକ୍ଷା ହୋଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ଭାରତରେ ୫୦୦ ସରକାରୀ ଓ ଘରୋଇ ଲାବରେଟୋରୀରେ କୋଭିଡ୍‌ ପରୀକ୍ଷା କରାଯାଉଛି। କିଛିଦିନ ହେଲା ଦୈନିକ ୬ ଲକ୍ଷ ନମୁନା ପରୀକ୍ଷା ହେଉଥିଲା।
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪,୩୯୯ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ରବିବାର ୨୧ ଲକ୍ଷ ଅତିକ୍ରମ କରିଛି। ଗୋଟିଏ ଦିନରେ ୮୬୧ ଜଣଙ୍କ ମୃତ୍ୟୁ ହେବା ସହ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪୩,୩୭୯ରେ ପହଞ୍ଚତ୍ଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୦ରେ ପହଞ୍ଚତ୍ଥିବାବେଳେ ଏବେ ଆକ୍ଟିଭ୍‌ ମାମଲା ୬,୨୮,୭୪୭ ରହିଛି।

Share