ବ୍ରିଟିଶ ବ୍ୟାଣ୍ଡ ଫେଥଲେସର ଗାୟକ ମ୍ୟାକ୍ସି ଜାଜଙ୍କ ପରଲୋକ

ଲଣ୍ଡନ,୨୫ ।୧୨: ବ୍ରିଟିଶ ସଙ୍ଗିତକାର ମ୍ୟାକ୍ସି ଜାଜଙ୍କର ପରଲୋକ ହୋଇଛି । ସେ ଡ୍ୟାନ୍ସ ଗ୍ରୁପ ଫେଥଲେସର ମୁଖ୍ୟ ଗାୟକ ଭାବେ ପରିଚିତ ଥିଲେ । ଫେଥଲେସ ବ୍ୟାଣ୍ଡ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଜାଜଙ୍କ ପରଲୋକ ଘୋଷଣା କରିଛି । ମ୍ୟାକ୍ସି ଜାଜ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫେଥଲେସର ଟୁଇଟର ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଜାଜ ଶୋଇଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।
ଫେଥଲେସ ବ୍ୟାଣ୍ଡ ଶନିବାର ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଜାଜଙ୍କ ପରଲୋକ ଖବର ଦେଇଥିଲା । ଏହାସହ କୁହାଯାଇଥିଲା କି ଶୁକ୍ରବାର ରାତିରେ ସେ ଶୋଇଥିବା ସମୟରେ ତାଙ୍କର ପରଲୋକ ହୋଇଛି । ବ୍ୟାଣ୍ଡର ଅଫିସିୟାଲ ଫେସବୁକ ଆକାଉଣ୍ଟରେ ଲେଖାଯାଇଛି ଆମର ହୃଦୟ ଭାଙ୍ଗିଯାଇଛି । ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ଆମ ଜୀବନର ଶୈଳିକୁ ବିଭିନ୍ନ ଢଙ୍ଗରେ ବଦଳାଇ ଦେଇଥିଲେ । ସେ ଆମ ସଙ୍ଗିତକୁ ଉଚିତ ଅର୍ଥ ଓ ବାର୍ତ୍ତା ଦେଇଥିଲେ । ସମୟ ସହ ସେ ସମସ୍ତଙ୍କ ପାଇଁ ଜଣେ ଭଲ ମଣିଷ ଥିଲେ ।

Share