Posted inଖେଳ

ମୌରିସିଓଙ୍କ ଡବଲ ଗୋଲ ସମ୍ମାନ ରଖିଲା: ଓଡ଼ିଶା ଏଫସି-ଜାମସେଦପୁର ଏଫସି ମ୍ୟାଚ ଡ୍ର

ଭାସ୍କୋ, ୩୦।୧୧-  ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ରବିବାର ମ୍ୟାଚରେ ଓଡ଼ିଶା ଏଫସିର ସମ୍ମାନ ରଖିଛି। ପ୍ରଥମାର୍ଦ୍ଧରେ ୦-୨ ଗୋଲରେ ପଛୁଆ ରହିବାସତ୍ତ୍ୱେ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚକୁ ଓଡ଼ିଶା ଏଫସି ୨-୨ରେ ଡ୍ର ରଖିବାରେ ସକ୍ଷମ ହୋଇଛି। ଫଳରେ ନିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫସି ନିକଟରୁ ୦-୧ରେ ପରାଜିତ ହୋଇଥିବା ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଦଳ ଏହି ମ୍ୟାଚରୁ ପଏଣ୍ଟର ଶୁଭାରମ୍ଭ କରିଛି। ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି।
ମ୍ୟାଚର ପ୍ରଥମାର୍ଦ୍ଧରେ ଜାମସେଦପୁର ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୧୨ତମ ମିନିଟରେ ନେରିଜୁସ ଭାଲ୍ସକିସ୍‌ ଗୋଲ ଦେଇ ଜାମସେଦପୁର ଦଳକୁ ଅଗ୍ରଣୀ କରାଇଥିଲେ। ନେରିଜୁସ ଧୈର୍ଯ୍ୟର ସହ ପୋଷ୍ଟର ବାମ କର୍ନରରେ ବଲ୍‌ ନେଟ୍‌କୁ ସ୍ପର୍ଶ କରାଇଥିବାବେଳେ ପ୍ରତିପକ୍ଷ ଗୋଲକିପର ବିପରୀତ ଦିଗକୁ ଡାଇଭ୍‌ ମାରିଥିଲେ। ଓଡ଼ିଶା ଦଳର ଡିଫେନ୍ସିଭ୍‌ ବିଫଳତାର ସୁଯୋଗ ନେଇ ୨୭ତମ ମିନିଟରେ ସେ ତାହାକୁ ଡବଲରେ ପରିଣତ କରିଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଭିନ୍ନ ଖେଳ ଦେଖିବାକୁ ମିଳିଥିଲା। ଓଡ଼ିଶା ଏଫ୍‌ସି ଗୋଲ ପରିଶୋଧ କରିବାକୁ ଉଦ୍ୟମକୁ ଜୋରଦାର କରିଥିବାବେଳେ ଜାମସେଦପୁର କଡ଼ା ଟକ୍କର ଦେଇଥିଲା। ୭୪ତମ ମିନିଟରେ ରେହେନେଶ ଥୁମ୍ବିରିମ୍ବୁ ପରମ୍ବା ରେଡ୍‌କାର୍ଡ ପାଇବାରୁ ଜାମସେଦପୁର ୧୦ ଜଣିଆ ହୋଇ ଯାଇଥିଲା। ୭୭ତମ ମିନିଟରେ ଓଡ଼ିଶା ଏଫସିର ବ୍ରାଜିଲିଆନ ଷ୍ଟ୍ରାଇକର ମୌରିସିଓ ଏକ ଗୋଲ ଦେଇ ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ। ୯୦ ମିନିଟ ପର୍ଯ୍ୟନ୍ତ ଜାମସେଦପୁର ଅଗ୍ରଣୀ ରହିଥିଲା। ୬ ମିନିଟର ଇଞ୍ଜୁରି ଟାଇମ୍‌ ଓଡ଼ିଶା ଦଳପାଇଁ ଶୁଭ ହୋଇଥିଲା। ୯୦+୩ ମିନିଟରେ ମୌରିସିଓ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଜାମସେଦପୁର ଏଫସି ବିଜୟ ଆଶାରେ ପାଣି ଭରି ଦେଇଥିଲେ। ଜାମସେଦପୁର ଏଫସିର ଆଲେକଜାଣ୍ଡାର ମଣ୍ଟେଇରୋ ଡି ଲାମା ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଓଡ଼ିଶା ଏଫସିର ଡିଏଗୋ ମୌରିସିଓ ଡି ବ୍ରିଟୋ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ରବିବାର ଚେନ୍ନାଇନ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ଏଫସି ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ୭୪ତମ ମିନିଟରେ ଚେନ୍ନାଇନ୍‌ ଏକ ପେନାଲ୍ଟି ସୁଯୋଗ ପାଇଥିଲେ ହେଁ ତା’ର ସଦୁପଯୋଗ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଖେଳାଳିଙ୍କ ପାଇଁ ବୋଲି ଲଗାଇବେ ଭାରତୀୟ ମାଲିକ? ଦି ହଣ୍ଡ୍ରେଡ ଅକ୍ସନରେ ୧୪ ପାକିସ୍ତାନୀ ଖେଳାଳି ସାମିଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩।୩: ଇଂଲଣ୍ଡର ଲୋକପ୍ରିୟ ଟି-୨୦ ଲିଗ, ଦି ହଣ୍ଡ୍ରେଡ, ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ଲମ୍ବା ତାଲିକା ପ୍ରକାଶ ପାଇଛି। ଏଥର ନିଲାମରେ ୨୪୭ ଜଣ ଖେଳାଳି…

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଘରକୁ ଫେରିଛନ୍ତି ପିଭି ସିନ୍ଧୁ, ଏକ ଭାବପ୍ରବଣ ପୋଷ୍ଟରେ ଦେଲେ ସୂଚନା

ବେଙ୍ଗାଲୁରୁ,୩।୩: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବିଦେଶରେ ଥିବା ବ୍ୟାଟମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନେଇ ଆସିଛି ଏକ ଖୁସି ଖବର। ଦୁବଇରେ ଫସି ରହିଥିବା ଏହି ସଟଲର…

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

କିଏ ଅସନ୍ତୋଷ ପ୍ରକାଶ କଲେ, ଆଉ କେହି ଏହାକୁ ଏକ ପ୍ରଦର୍ଶନ ବୋଲି ଭାବିଥିଲେ…, IND vs PAK ହାତ ମିଳାଇବା ବିବାଦକୁ ନେଇ କ୍ରିକେଟ ଜଗତ ଦୁଇ ଭାଗ

ନୂଆଦିଲ୍ଲୀ,୩।୩: ଯେତେବେଳେ ବି ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ତେଜନା ସ୍ତର ଶୀର୍ଷରେ ଥାଏ। ଉଭୟ ଦଳର ଖେଳାଳିମାନେ…

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ କଠୋର ଦଣ୍ଡ ଦେଲା PCB, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ ବଡ଼ ଝଟକା ଲାଗିଛି। PCB ପାକିସ୍ତାନର ଟି-୨୦ ବିଶ୍ୱକପ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ଲକ୍ଷ…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri