ଦିନ ଗଣୁଛନ୍ତି ମୌନି

ମୌନି ରୟ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କାରଣ ଆସନ୍ତାବର୍ଷ ପ୍ରାରମ୍ଭରେ ସେ ନୂଆ ଦୁନିଆରେ ପାଦ ଦେଉଛନ୍ତି। ଅର୍ଥାତ୍‌ ଖୁବ୍‌ଶୀଘ୍ର ସେ ଘରସଂସାର କରିବାକୁ ଯାଉଛନ୍ତି। ତା’ସହ ସେ ସାଇନ୍‌ କରିଥିବା ଦୁଇଟି ଫିଲ୍ମ (ଯାହାର ଟାଇଟଲ ଫାଇନାଲ ହୋଇନାହିଁ)ର ଶୁଟିଂ ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରେମିକ ସୁରଜ ନାମ୍ବିୟାରଙ୍କ ସହ ତାଙ୍କର ବିବାହ ହେବ ବୋଲି ଜଣାପଡ଼ିଛି। ଏ ନେଇ ମୌନି କହନ୍ତି, ”ସୁରଜ ଏବଂ ମୁଁ ପରସ୍ପରକୁ ବେଶ୍‌ କିଛି ବର୍ଷ ହେଲା ଜାଣିଛୁ। ଆମ ଭିତରେ ଥିବା ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେବାକୁ ଯାଉଛି। ଆସନ୍ତାବର୍ଷ ଆମେ ବିବାହ କରିବୁ ବୋଲି ସ୍ଥିର ହୋଇଛି। ମ୍ୟାରେଜ ପରେ ଆକ୍ଟିଂ ଚାଲୁ ରହିବ। ସେ ନେଇ ମୁଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛି।“ ସୂଚନାଯୋଗ୍ୟ, କରନ୍‌ ଜୋହରଙ୍କ ‘ବ୍ରହ୍ମାସ୍ତ୍ର’ରେ ମୌନି ଅଭିନୟ କରିଛନ୍ତି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର କପୁର ଏବଂ ଆଲିୟା ଭଟ୍ଟ। ଅନ୍ୟପକ୍ଷରେ ଆବାସ ମସ୍ତାନ୍‌ଙ୍କ ଟାଇଟଲ ଫାଇନାଲ ହୋଇ ନ ଥିବା ଏକ ଫିଲ୍ମରେ ସେ ବବି ଦେଓଲଙ୍କ ନାୟିକା ସାଜିଛନ୍ତି।

Share