Categories: ଖେଳ

ବିଶ୍ୱକପ୍‌ ପ୍ରସ୍ତୁତି: ପାକିସ୍ତାନ ଟିମ୍‌ର ମେଣ୍ଟର ଭାବେ ନିଯୁକ୍ତ ହେଲେ ମାଥ୍ୟୁ ହେଡେନ୍‌

ନୂଆଦିଲ୍ଲୀ,୯।୯: ଏସିଆ କପ୍‌ରେ ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ଟିମ୍‌ର ଲକ୍ଷ୍ୟ ଏବେ ଟି୨୦ ବିଶ୍ୱକପ୍‌ ଉପରେ। ଏହାକୁ ନେଇ ଶୁକ୍ରବାର ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟନ୍‌ ମାଥ୍ୟୁ ହେଡେନ୍‌ଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ସୂଚନା ଦେଇଛି।
ଅକ୍ଟୋବରଠାରୁ ଟି୨୦ ବିଶ୍ୱକପ୍‌ ଆରମ୍ଭ ହେଉଛି। ଏହା ପୂର୍ବରୁ ହେଡେନଙ୍କୁ ଦ୍ୱିତୀୟ ଥର ଲାଗି ଦଳର ମେଣ୍ଟର କରାଯାଇଛି। ସେ ଗତ ବର୍ଷ ୟୁଏଇରେ ଅନୁଷ୍ଠିତ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦଳର ବ୍ୟାଟିଂ ପରାମର୍ଶଦାତା ଥିଲେ। ଏଥିରେ ଦଳ ସେମିଫାଇନାଲରେ ପହଞ୍ଚିଥିଲା।

ତେବେ ନିଜର ନିଯୁକ୍ତିକୁ ନେଇ ହେଡେନ କହିଛନ୍ତି, ମୁଁ ପୁନର୍ବାର ପାକିସ୍ତାନ ଟିମ୍‌ ସହ ଯୋଡ଼ି ହୋଇ ଖୁସି ଅଛି। ସେମାନଙ୍କ ସହ କାର୍ଯ୍ୟ କରିବାର ଉତ୍କଣ୍ଠା ଅଧିକ ରହିଛି। ଏସିଆ କପ୍‌ରେ ଦଳ ଭଲ ପ୍ରଦର୍ଶନ କରୁଛି। ଏହାକୁ ଦେଖି ଦଳ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବା ସ୍ପଷ୍ଟ ହୋଇଛି। ସେଠାର ସ୍ଥିତି ମଧ୍ୟ ଦଳ ପାଇଁ ଉପଯୁକ୍ତ ହେବ।

କହିରଖୁଛୁ, ହେଡେନ୍‌ ଅକ୍ଟୋବର ୧୫ରୁ ବ୍ରିସବେନ୍‌ରେ ପାକିସ୍ତାନ ଟିମ୍‌ ସହ ଯୋଡ଼ି ହେବେ। ପରେ ଦଳ ଇଂଲଣ୍ଡ ଏବଂ ଆଫଗାନିିସ୍ତାନ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଅକ୍ଟୋବର ୨୩ରୁ ମେଲବୋର୍ନରେ ଭାରତ ବିପକ୍ଷ ମୁକାବିଲାରୁ ଦଳ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।

Share