ମାଟ୍ରିକ୍‌ ପରୀକ୍ଷା ଫଳ: ଭଦ୍ରକରେ ପୁଅଙ୍କୁ ପଛରେ ପକାଇଲେ ଝିଅ

ଭଦ୍ରକ ଅଫିସ,୨୯।୭: ମାଟ୍ରିକ୍‌ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଭଦ୍ରକ ଜିଲାରେ ପୁଅଙ୍କୁ ପଛରେ ପକାଇ ଝିଅ ବାଜିମାତ କରିଛନ୍ତି । ଜିଲାରେ ମୋଟ ୨୨,୦୧୪ ପରୀକ୍ଷାର୍ଥି ଥିବାବେଳେ ସେଥିରୁ ୧୬,୬୮୪ ପାସ କରିଛନ୍ତି। ପାସ ହାର ମୋଟ ୭୫.୭୬ % ଥିବା ଜଣାପଡିଛି। ସେଥିମଧ୍ୟରୁ ଏ୧- ୭୨, ଏ୨ – ୪୫୬, ବି୧- ୭୯, ବି୨ – ୧୨୯୫, ସି – ୧୯୯୮, ଡି – ୩୬୫୪, ଇ – ୮୪୧୩ ଓ ୫୩୨୯ ଫେଲ ହୋଇଥିବା ଜଣାପଡିଛି। ଝିଅଙ୍କ ପାସ ୮, ୯୫୦ ଥିବାବେଳେ ପୁଅଙ୍କ ୭, ୭୩୫ ରହିଛି। ପୁଅ ମାନଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ।