ମାଟ୍ରିକ ରେଜଲ୍ଟ: ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ବୁଧବାର ପ୍ରକାଶ ପାଇଛି। ଏଥର ବି ଝିଅମାନେ ପାସ ହାରରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି । ୨, ୬୦, ୯୭୦ ଜଣ ଝିଅ ପାସ କରିଥିବା ବେଳେ ୨, ୫୬, ୮୭୭ ଜଣ ପୁଅ ପାସ କରିଛନ୍ତି। ଅନ୍ୟପକ୍ଷରେ ମୋଟ ପାସ ହାର ୯୦.୫୫% ରହିଛି।
ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ପାସ କରିଥିବା ବେଳେ ୮୬୯୯ ଛାତ୍ରୀଛାତ୍ର ଫେଲ ହୋଇଛନ୍ତି । ଏ୧ରେ ୮୧୧୯ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଏ୨ ରେ ୫୪, ୮୮୯ ପିଲା ପାସ କରିଛନ୍ତି ।
ସେହିପରି ବି୧- ୧, ୨୦, ୨୦୩, ବି୨ରେ ୧, ୪୨, ୨୬୬, ସିରେ ୧, ୧୬, ୧୧୧, ଡିରେ ୫୯, ୨୪୫, ଇରେ ୧୪, ୬୪୭ ଓ ଏଫ୍‌ରେ ୭୭୯୦ ଛାତ୍ରଛାତ୍ରୀ ପାସ କରିଛନ୍ତି।