ମାଟ୍ରିକ ପରୀକ୍ଷା ଫଳ: ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍‌ ହାର ୮୧.୯୮ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍‌ ହାର ରହିଛି ୭୭.୮%। ଚଳିତ ବର୍ଷ ପାସ୍‌ ହାର ୭୮.୭୬% ରହିଛି।ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ମାଟ୍ରିକ ପାସ୍‌ ହାର ବେଶ୍‌ ଭଲ ହୋଇଛି। ଗତ ବର୍ଷ ୮୨ଟି ସ୍କୁଲରେ କେହି ପାସ୍‌ କରି ନ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୧କୁ ଖସି ଆସିଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।