୧୫ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ: ୧୫ ଦିନ ଭିତରେ ମୂଲ୍ୟାୟନ

କଟକ,୫।୩ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସୋମବାର ଶେଷ ହୋଇଛି। ତେବେ ଆସନ୍ତା ୧୫ ତାରିଖରୁ ଖାତା ଦେଖା  ଆରମ୍ଭ ହେବ । ରାଜ୍ୟର ୩୧୩ଟି ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ ପଠାଯାଇଛି। ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । ୧୫ ତାରିଖରୁ ଉତ୍ତର ଖାତା ଦେଖା ଯିବାକୁ ଥିବା ବେଳେ ଉତ୍ତରଖାତାଗୁଡିକୁ ଆସନ୍ତା ୧୩ ତାରିଖ ସୁଦ୍ଧା ୫୪ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଇ ଦିଆଯିବ ।
ଅନ୍ୟପକ୍ଷେ ଖାତା ଦେଖା ଆରମ୍ଭ ହେବାର ୧୫ ଦିନ ଭିତରେ ମୂଲ୍ୟାୟନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।