ଅବ୍ୟବସ୍ଥାରେ ମଥୁରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

ଚମ୍ପୁଆ, ୨୮।୮(ଡି.ଏନ.ଏ.): ୧୯୫୪ ମସିହାରେ ସ୍ଥାପିତ ମଥୁରାପୁର ସରକାରୀ ବିଦ୍ୟାଳୟର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଥିବା ଏହି ବିଦ୍ୟାଳୟ ଆନୁଷଙ୍ଗିକ ଅବ୍ୟବସ୍ଥା ପାଇଁ ତାର ଗାରିମା ହରାଇ ଚାଲିଛି। ଟାଇଲ ଛପର ଘରେ ଶିକ୍ଷାଦାନ ଦିଆ ହୋଇ ଆସୁଥିବା ବେଳେ ପ୍ରାୟ ୧୦ ବର୍ଷ ପୂର୍ବରୁ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପାଇଁ ଏକ ଛାତ ଘର ନିର୍ମାଣ କରାଯାଇଥିଲା। ହେଲେ ନିମ୍ନମାନର ନିର୍ମାଣ ଯୋଗୁ ଛାତରୁ ପ୍ଲାଷ୍ଟର ଖସି ରଡ୍‌ ଦେଖାଯାଉଛି। ବର୍ଷା ହେଲେ ଘର ଭିତରେ ବର୍ଷାଜଳ ଲହଡ଼ି ମାରୁଥିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନେ ଉକ୍ତ ଘରକୁ ଅସୁରକ୍ଷିତ ମନେକରି ଦୀର୍ଘ ଦିନରୁ ନିର୍ମାଣ ହୋଇଥିବା ପୂର୍ବ ଟାଇଲ ଛପର ଘରକୁ ଶ୍ରେଣୀ ସ୍ଥାନାନ୍ତର କରିଥିଲେ।
ଉକ୍ତ ଟାଇଲ ଛପର ଘର ସଙ୍ଗା ଦବି ଯାଇଥିବା ବେଳେ ଲାଗିଥିବା କାଠ ଗୁଡିକ ଦୁର୍ବଳ ହୋଇଗଲାଣି। ଏହି ଗୃହରେ ପିଲାଙ୍କୁ ବସାଇ ଶିକ୍ଷୟିତ୍ରୀଶିକ୍ଷକ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟରେ ଫ୍ୟାନ୍‌, ପାଣି ପାଇଁ ମଟର ଲଗାଯାଇଥିଲେ ମଧ୍ୟ ୨ବର୍ଷରୁ ଉର୍ଦ୍ଧ୍ୱ ହେବ ବିଦ୍ୟୁତ୍‌ ସଂଯୋଗ କରାଯାଇ ପାରିନାହିଁ। ବିଦ୍ୟାଳୟ କାନ୍ଥରେ ବଡ଼ ବଡ଼ ଅକ୍ଷରରେ ନିରାପତ୍ତାରକ୍ଷା ନିମନ୍ତେ ଲେଖାଯାଇଥିବା ‘ଆମ ବିଦ୍ୟାଳୟ ସମସ୍ତଙ୍କ ପାଇଁ ଏକ ବିପଦ ମୁକ୍ତ, ସୁରକ୍ଷିତ ଓ ଆନନ୍ଦ ଦାୟକ ସ୍ଥାନ ଅଟେ’। ମାତ୍ର ଏହାର ବିପରୀତ ପ୍ରତିଫଳନ ଏହି ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ନ ଥିବାବେଳେ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଏକ ପାଇଖାନା ମଧ୍ୟ ନାହିଁ। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ପ୍ରଧାନଙ୍କୁ ପଚାରିବାରୁ ଆମ୍ଭେ ବିଦ୍ୟାଳୟରେ ଏଭଳି ପରିସ୍ଥିତି ନେଇ ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳି ପାରିଲା ନାହିଁ। ଉକ୍ତ ବିଦ୍ୟାଳୟର ଉନ୍ନତି ସହିତ ଶ୍ରେଣୀ ଗୃହର ଉନ୍ନତି ପାଇଁ ବିଭାଗୀୟ ପଦକ୍ଷେପର ନିହାତି ଆବଶ୍ୟକ ବୋଲି ସ୍ଥାନୀୟବାସୀନ୍ଦାମାନେ କହିଛନ୍ତି। ଏସମ୍ପର୍କରେ ସରପଞ୍ଚ ସନ୍ତୋଷ କୁମାର ନାୟକ କହିଛନ୍ତି, ଏହି ଅବହେଳିତ ବିଦ୍ୟାଳୟର ଶ୍ରେଣୀଗୃହର ନିର୍ମାଣ ପ୍ରତି ପ୍ରାଥମିକତା ଦିଆଯିବା ସହ ଆବଶ୍ୟକ ପାଚେରୀ ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri