Categories: ଜାତୀୟ

ଆୟକର ବିଭାଗ ପକ୍ଷରୁ ନୋଟିସ ପାଇ ମୁଣ୍ଡରେ ହାତ ଦେଲେ ରିକ୍ସା ଚାଳକ

ମଥୁରା,୨୫।୧୦: ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର (ଆଇଟି) ବିଭାଗ ପକ୍ଷରୁ ନୋଟିସ ପଠାଯାଇଛି। ନୋଟିସରେ ତାଙ୍କୁ ୩ କୋଟିରୁ ଅଧିକ ଟଙ୍କା ପରିଶୋଧ କରିବାକୁ କୁହାଯାଯାଇଛି। ନୋଟିସ ମିଳିବା ପରେ ରିକ୍ସା ଚାଳକ ଜଣଙ୍କ ପୋଲିସର ସାହାରା ନେଇଛନ୍ତି।
ବକଲପୁର ଅମର କଲୋନୀ ନିବାସୀ ପ୍ରତାପ ସିଂ ଆଇଟି ବିଭାଗ ପକ୍ଷରୁ ନୋଟିସ ପାଇବା ପରେ ହାଇୱେ ପୋଲିସ ଷ୍ଟେଶନରେ ଅଭିଯୋଗ ଆଣିଥିଲେ। ଷ୍ଟେଶନ ହାଉସ କାର୍ଯ୍ୟାଳୟ ଅନୁଜ କୁମାର କହିଛନ୍ତି, ସିଂଙ୍କ ଅଭିଯୋଗ ଆଧାରରେ କୌଣସି ମାମଲା ରୁଜୁ ହୋଇନାହିଁ କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରିବ। ଏହି ସମୟରେ ସିଂ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଅପଲୋଡ କରି ଘଟଣାର କ୍ରମ ବର୍ଣ୍ଣନା କରିଥିଲେ। ବ୍ୟାଙ୍କ ପକ୍ଷରୁ ତାଙ୍କୁ ପ୍ୟାନ କାର୍ଡ ଦାଖଲ କରିବାକୁ କୁହାଯାଇଥିଲା। ଫଳରେ ମାର୍ଚ୍ଚ ୧୫ରେ ସେ ବକଲପୁରର ଜନ ସୁବିଧା କେନ୍ଦ୍ରରେ ପ୍ୟାନ କାର୍ଡ ପାଇଁ ଆବେଦନ କରିଥିଲେ। ଜନ ସୁବିଧା କେନ୍ଦ୍ର ପକ୍ଷରୁ ମାସେ ଭିତରେ ପ୍ୟାନ୍‌ କାର୍ଡ ମିଳିଯିବ ବୋଲି ତାଙ୍କୁ କୁହାଯାଇଥିଲା। କିନ୍ତୁ ମାସେ ପରେ ଆସି ନ ଥିଲା। ପରେ ସେ ଜନ ସୁବିଧା କେନ୍ଦ୍ରକୁ ଯାଇ ପଚାରିଥିଲେ, ତାଙ୍କୁ ପ୍ୟାନ କାର୍ଡର କଲର ପ୍ରିଣ୍ଟ ତାଙ୍କୁ ଦିଆଯାଇଥିଲା। ପାଠ ପଢି ନ ଥିବାରୁ ଅସଲି ନକଲି ମଧ୍ୟ ପାର୍ଥକ୍ୟ ଜାଣି ପାରି ନ ଥିଲେ। ପ୍ରତାପଙ୍କୁ ଆୟକର ବିଭାଗ ପକ୍ଷରୁ ଫୋନ ଆସିବାରୁ ତାଙ୍କ ହୋଶ ଉଡିଯାଇଥିଲା। ଆଇଟି ବିଭାଗ ପ୍ରତାପଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କହିଥିଲେ। ପ୍ରତାପ କହିଛନ୍ତି ଯେ ତାଙ୍କୁ ଅଧିକାରୀମାନେ କହିଥିଲେ ଯେ ତାଙ୍କ ପ୍ୟାନ କାର୍ଡକୁ କେହି ହଡପ କରିଦେଇଛନ୍ତି।
ଆଇଟି ବିଭାଗ ପ୍ରତାପଙ୍କୁ ଏବଂ ତାଙ୍କ ନାମରେ ଏକ ଜିଏସ୍‌ଟି ନମ୍ବର କରି ଗୋଟିଏ ବର୍ଷରେ (୨୦୧୮-୨୦୧୯) ପ୍ରାୟ ୪୩.୪୪ କୋଟି ଟଙ୍କା କାରବାର କରିଛନ୍ତି। ଅଧିକାରୀମାନେ ପ୍ରତାପଙ୍କୁ ଏହି ମାମଲାରେ ମାମଲା ରୁଜୁ କରିବାକୁ ଏବଂ ଅପରାଧୀଙ୍କୁ ଜେଲ ପଠାଇବାକୁ ପରାମର୍ଶ ଦେଇଥିଲେ।

Share