Categories: ଫୁରସତ

ଗଣିତକୁ ସହଜ କରିଥିଲେ ଶ୍ରୀନିବାସ ରାମାନୁଜନ

ଭାରତ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ। ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ଦିବସ ପାଳନ କରିବା ନେଇ ଘୋଷଣା କରିଥିଲେ । ଏହି ଅବସରରେ ମନମୋହନ ସିଂ ମଧ୍ୟ ଘୋଷଣା କରିଥିଲେ ଯେ ୨୦୧୨କୁ ଜାତୀୟ ଗଣିତ ବର୍ଷ ଭାବରେ ପାଳନ କରାଯିବ।
ସେବେଠାରୁ ଭାରତର ଜାତୀୟ ଗଣିତ ଦିବସ ପ୍ରତିବର୍ଷ ୨୨ ଡିସେମ୍ବରରେ ଦେଶର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଆସୁଛି। ଏହି ଅବସରରେ ବହୁ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ପରେ ୨୦୧୭ରେ, ଆନ୍ଧ୍ରପ୍ରଦେଶର ଚିତ୍ତୋର କୁପାମରେ ରାମାନୁଜନ ଗଣିତ ପାର୍କ ଖୋଲିବା ଦ୍ୱାରା ଏହି ଦିନର ମହତ୍ତ୍ୱ ଅଧିକ ବୃଦ୍ଧି ପାଇଥିଲା।
ହାଇପର ଜୋମଟ୍ରେିକ୍‌ ସିରିଜ୍‌, ରିମେନ୍‌ ସିରିଜ୍‌, ଇଲପ୍ଟିକ୍‌ ଇଣ୍ଟିଗ୍ରାଲ, ଥିଓରୀ ଅଫ୍‌ ଡାଇଭରଜେଣ୍ଟ୍‌ ସିରିଜ୍‌, ଫଙ୍କଶନାଲ ଇକ୍ୟୁଶନ ଅଫ୍‌ ଜେଟା ଫଙ୍କଶନ, ନମ୍ବର ଥିଓରୀ ଏବଂ ଇନଫାନାଇଟ୍‌ ସିରିଜ୍‌, ପାଇ ମୂଲ୍ୟ ଦଶମିକର ହିସାବ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସଫଳତା ରାମାନୁଜନ ହାସଲ କରିପାରିଥିଲେ।

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ୧୮୮୭ ଡିସେମ୍ବର ୨୨ରେ ମାଡ୍ରାସ୍‌ ପ୍ରେସିଡେନ୍ସୀର ଇରୋଡଠାରେ ଜନ୍ମଗ୍ରହଣ କରିଥିଲେ। ୧୯୦୯ରେ ୨୪ ବର୍ଷ ବୟସରେ ସେ ଜାeନକୀଅମ୍ମାଲଙ୍କୁ ବିବାହ କରିଥିଲେ। ଜାନକୀଙ୍କର ମୃତ୍ୟୁ ୧୯୨୦ରେ ଘଟିଥିଲା। ଏହାପରେ ମାତ୍ର ୩୨ ବର୍ଷ ବୟସରେ ୧୯୨୦ ଏପ୍ରିଲ୍‌ ୨୬ରେ ସେ ମାଡ୍ରାସ୍‌ ପ୍ରେସିଡେନ୍ସୀର କୁମ୍ବକୋଣମ୍‌ଠାରେ ଦେହତ୍ୟାଗ କରିଥିଲେ।

Share