ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ ନାବାଳିକା ଭାଣିଜୀ ଅର୍ଚ୍ଚନା ମହାରଣା (୧୦)ଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାଯୋଗ୍ୟ, ଅର୍ଚ୍ଚନା ବୁଧବାର ମାଧ୍ୟାହ୍ନ ସମୟରୁ ନିଖୋଜ ଥିଲେ। ମାମୁ ଗଣେଶ ଭାଣିଜୀଙ୍କୁ ଖୋଜାଖୋଜି କରି ନ ପାଇବାରୁ ସନ୍ଧ୍ୟା ସମୟରେ ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ I ଥାନାରୁ ଫେରିବା ପରେ ଘର ବାରିପଟେ ଥିବା ପାଇଖାନାରେ ଭାଣିଜୀଙ୍କ ମୃତଦେହ ଏକ ଜରି ପାଲ ଘୋଡା ଯାଇଥିବା ଦେଖିବା ପରେ ଥାନାକୁ ଖବର ଦେଇଥିଲେ I ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା, ବେଳଗୁଣ୍ଠା ଅଧିକାରୀ ରେବତୀ ଶବର, ବୁଗୁଡ଼ା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଭଞ୍ଜନଗର ଏସଟିପିଓ ଡା. ଦୀପକ କୁମାର ମିଶ୍ର , ଆଡିସନାଲ ଏସପି ରଞ୍ଜନ କୁମାର ଦେ ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରିବା ସହ ମୃତଶରୀରକୁ ଜବତ କରିଛନ୍ତି I ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯିବ ଜଣାଇଛନ୍ତି I
ଏଠାରେ ପ୍ରକାଶ ଯେ, ମୃତ ଅର୍ଚ୍ଚନାଙ୍କ ନିଜ ଘର ବୁଗୁଡ଼ା ଥାନା ଅନ୍ତର୍ଗତ କାନକୁଟୁରୁ ଗ୍ରାମରେ। ତାଙ୍କ ବାପା ମଙ୍ଗୁଲୁ ମହାରଣା ଭୁବନେଶ୍ୱରରେ ପରିବାର ସହ ରହୁଥିବାବେଳେ ମଙ୍ଗଳବାର ଶ୍ୱଶୁର ଘର ଛାମୁଣ୍ଡା ଲକ୍ଷ୍ମଣପଲ୍ଲୀକୁ ଆଶି ଝିଅ ଅର୍ଚ୍ଚନାଙ୍କୁ ଛାଡି ବୁଧବାର ସକାଳୁ ନିଜ ଗାଁ କାନକୁଟୁରୁ ଚାଉଳ ଆଣିବାକୁ ଯାଇଥିଲେ I ପୋଲିସ ତଦନ୍ତ ପାଇଁ ମୃତ ପିଲାଟିର ମାଇଁକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳୁଛି I

 

Dharitri – Odisha’s No.1 Odia Daily

 

Share