Categories: ଫୁରସତ

ମ୍ୟାଚିଂ ମ୍ୟାଚିଂ କପଲ୍‌

ସୁୟୋଶି ଓ ତୋମି ଶେକି ନାମକ ଏକ ଜାପାନୀ ଦମ୍ପତି ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଆଉ ଚର୍ଚ୍ଚାର କାରଣ ହେଉଛି ସେମାନଙ୍କର ମ୍ୟାଚିଂ ଆଉଫିଟ୍‌। ଘରେ ହେଉ କି ବାହାରେ ଏହି ଦମ୍ପତି ମ୍ୟାଚିଂ ପୋଷାକ ପିନ୍ଧନ୍ତି। ଆଉ ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ୨୦୧୬ରୁ ଏହି ଧାରା ଆରମ୍ଭ ହୋଇଛି। ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୮୩୦,୦୦୦ ଫଲୋୟର୍‌ ଅଛନ୍ତି। ଏହି ଦମ୍ପତି କହନ୍ତି, ଯେବେଠୁ ଆମର ଚୁଟି ପାଚିବା ଆରମ୍ଭ ହେଲା ଆମେ ଏଭଳି ମ୍ୟାଚିଂ କରି ପିନ୍ଧିବାକୁ ନିଷ୍ପତ୍ତି ନେଲୁ। କାରଣ ଆରମ୍ଭରୁ ଆମ ଦୁଇଜଣଙ୍କ ପୋଷାକ ପସନ୍ଦ ସମାନ ଥିଲା। ତେବେ ଆମକୁ ମିଳିଥିବା ଲୋକପ୍ରିୟତା ପଛରେ ଆମ ଝିଅର ହାତ ବହୁତ ରହିଛି। ସେ ହିଁ ପ୍ରଥମେ ଆମର ମ୍ୟାଚିଂ ଆଉଟ୍‌ଫିଟ୍‌ର ଫଟୋ ଉଠାଇ ତା’ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲା। ଲୋକେ ସେହି ଫଟୋକୁ ବହୁତ ପସନ୍ଦ କରିବାରୁ ସେ ଆମକୁ ନିଜର ଆକାଉଣ୍ଟ କରି ଫଟୋ ଅପଲୋଡ୍‌ କରିବାକୁ କହିଥିଲା। ଆକାଉଣ୍ଟ କରି ଫଟୋ ଅପଲୋଡ୍‌ କଲୁ। ସେଗୁଡ଼ିକୁ ଲୋକେ ବହୁତ ପସନ୍ଦ କଲେ। ଆଉ ଏବେ ଆମକୁ ଷ୍ଟାଇଲ୍‌ ଆଇକନ୍‌ ବୋଲି କୁହାଯାଉଛି।

Share