Posted inଜାତୀୟ

ଆତ୍ମସମର୍ପଣ କଲେ ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌ ଲଲିତ ମୋହନ ଝା ଗୁରୁବାର ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଅଧିକାରୀମାନେ ପଚରାଉଚରା କରୁଛନ୍ତି। କୋଲକାତାରେ ଶିକ୍ଷକତା କରୁଥିବା ଲଲିତ ଘଟଣା ପରେ ରାଜସ୍ଥାନର ନଗୁଉରକୁ ବସ୍‌ରେ ଯାଇଥିଲେ। ସେଠାକାର ଏକ ହୋଟେଲରେ ଅବସ୍ଥାନ କରିଥିବା ଲଲିତଙ୍କ ସହ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ଶେଷ ଥର ଦେଖାଯାଇଥିଲା। ପରେ ପୋଲିସ ତାଙ୍କୁ ଖୋଜୁଥିବା ଜାଣି ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଲଲିତ କହିଛନ୍ତି। ଦେଶର କ୍ରମବର୍ଦ୍ଧିଷ୍ଣୁ ବେରୋଜଗାରି, କୃଷକଙ୍କ ଦୁର୍ଦ୍ଦଶା ଓ ମଣିପୁର ହିଂସାକୁ ଲୋକଲୋଚନକୁ ଆଣିବା ପାଇଁ ସେମାନେ ବୁଧବାର ‘ସ୍ମୋକ୍‌ ପ୍ରୋଟେଷ୍ଟ’ ବା ଧୂଆଁ ବିକ୍ଷୋଭ କରିଥିଲେ ବୋଲି ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି। ଅନ୍ୟପକ୍ଷେ ଜଣେ ଟିଏମ୍‌ସି ନେତାଙ୍କ ସହ ଲଲିତଙ୍କ ସେଲ୍‌ଫିକୁ ନେଇ ବିରୋଧୀଙ୍କ ‘ଇଣ୍ଡିଆ ବ୍ଲକ୍‌କୁ’ ଭାଜପା ଟାର୍ଗେଟ କରିଛି।
ପାର୍ଲାମେଣ୍ଟ ଶୀତ ଅଧିବେଶନର ଅଷ୍ଟମ ଦିନ ବୁଧବାର ଲୋକ ସଭାରେ ଶୂନ୍ୟକାଳ ଚାଲିଥିବାବେଳେ ଡି. ମନୋରଞ୍ଜନ ଓ ସାଗର ଶର୍ମା ନାମକ ଦୁଇଜଣ ବିକ୍ଷୋଭକାରୀ ଦର୍ଶକ ଗ୍ୟାଲେରିରୁ ହଠାତ୍‌ ଚାମ୍ବରକୁ ଡେଇଁଥିଲେ। ଜଣେ ଏମ୍‌ପିମାନଙ୍କ ଟେବୁଲ ଉପରେ ଧାଇଁବାରେ ଲାଗିଥିବାବେଳେ ଆଉ ଜଣେ ତଳେ ଦୌଡ଼ୁଥିଲେ। ଉଭୟେ ନିଜ ଜୋତାରେ ଲୁଚାଇ ନେଇଥିବା କ୍ୟାନ୍‌ରୁ ଗୃହରେ ହଳଦିଆ ରଙ୍ଗର ଧୂଆଁ ଛାଡ଼ିଥିଲେ। ଏମ୍‌ପିମାନେ ଦୁହିଁଙ୍କୁ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କ ଜିମା ଦେଇଥିଲେ। ଏହି ୨ ଜଣଙ୍କ ସମେତ ୫ ଅଭିଯୁକ୍ତଙ୍କ ଗିରଫଦାରି ପରେ ସେମାନଙ୍କୁ ୭ ଦିନିଆ ପୋଲିସ ହାଜତକୁ ପଠାଯାଇଛି। ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ମାମଲା ରୁଜୁ ହୋଇଛି। ୨୦୦୧ ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ହୋଇଥିବା ଆକ୍ରମଣକୁ ବୁଧବାର ଠିକ୍‌ ୨୨ ବର୍ଷ ପୂରିଥିବାବେଳେ ଏହି ଉପଦ୍ରବ ସଂସଦୀୟ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। କାରଣ କର୍ନାଟକର ମହୀଶୂରରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ଭାଜପା ସଦସ୍ୟ ପ୍ରତାପ ସିମ୍‌ହାଙ୍କ ଭିଜିଟର୍ସ ପାସ୍‌ରେ ଅଭିଯୁକ୍ତ ଦ୍ୱୟ ପାର୍ଲାମେଣ୍ଟରେ ଅନୁପ୍ରବେଶ କରି ଏପରି କାଣ୍ଡ ଭିଆଇବାରେ ସକ୍ଷମ ହୋଇଥିଲେ। କର୍ତ୍ତବ୍ୟରେ ଅବହେଳା ପାଇଁ ୮ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ରାମପାଳ, ଅରବିନ୍ଦ, ବୀର ଦାସ, ଗଶେଶ, ଅନିଲ, ପ୍ରଦୀପ, ଭିମିଟ୍ଟ ଓ ନରେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri