ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ କୋରାପୁଟ ସାଇବର କ୍ରାଇମ ଓ ଇକନୋମିକ ଅଫେନ୍ସ ଥାନା ପୋଲିଦ ଆନ୍ଧ୍ର ପ୍ରଦେଶରୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ହେଲେ ଆନ୍ଧ୍ର ଅଞ୍ଚଳର ସୀଦାରାପୁ ତମ୍ମାୟା।
ସୂଚନାନୁଯାୟୀ, ଅଭିଯୋଗକାରୀ ରାଜେଶ ପାତ୍ର ସୋସିଆଲ ମିଡିଆ ଜରିଆରେ ସଞ୍ଜନା ଶ୍ରୀ ନାମକ ଜଣେ ମହିଳାଙ୍କ ସହ ପରିଚିତ ହୋଇଥିଲେ। ପରେ ତାଙ୍କୁ ଅନ୍ୟ ହ୍ବାଟ୍ସଆପ ମାଧ୍ୟମରେ ଅନ୍‌ଲାଇନ ଟ୍ରେଡିଂରେ ଲାଭ ହେବ ବୋଲି ଲୋଭ ଦେଖାଇ ବିଭିନ୍ନ ଖାତାକୁ ଟଙ୍କା ପଠାଇବାକୁ କୁହାଯାଇଥିଲା। ସେ ପର୍ଯ୍ୟାୟ କ୍ରମେ ୨୦.୫୦ ଲକ୍ଷ ଟଙ୍କା ପଠାଇଥିଲେ। ଏ ନେଇ ରାଜେଶ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବା ୧୨.୪୬ ଲକ୍ଷ ଟଙ୍କା ହୋଲ୍ଡ କରିଛି। ୪ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଇ ଦିଆଯାଇଛି। ଅଭିଯୁକ୍ତଙ୍କଠାରୁ ମୋବାଇଲ, ଏଟିଏମ୍‌ କାର୍ଡ, ଚେକ ବୁକ, ପାସବୁକ ଓ ବିଭିନ୍ନ ଦସ୍ତାବେଜ ଜବତ କରାଯାଇଛି। କୋରାପୁଟ ସାଇବର ପୋଲିସ ତଦନ୍ତ ଜାରି ରଖିଥିବା ଡିଏସ୍‌ପି ଭବାନୀ ପ୍ରଧାନୀ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

Share