ତାରାତାରିଣୀ ମନ୍ଦିର ପାର୍ଶ୍ଵବର୍ତ୍ତୀ ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ଲାଗି ହେଲା ମାଷ୍ଟର ପ୍ଲାନ

ପୁରୁଷୋତ୍ତମପୁର,୧୯/୫(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ଆଦିଶକ୍ତି ପୀଠ ତଥା ପର୍ଯ୍ୟଟନସ୍ଥଳ ମା ତାରାତାରିଣୀଙ୍କ  ମନ୍ଦିର ନବକଳେବର ହୋଇ ନୂତନ ରୁପରେଖରେ ଝଲସି ଉଠିଛି।ଏହା ଭକ୍ତ ମାନଙ୍କୁ ଆକୃଷ୍ଟ କରିବାରେ ଲାଗିଥିବା ବେଳେ ଏହାକୁ ପର୍ଯ୍ଯଟକଙ୍କୁ ଆହୁରି ଅଧିକରୁ ଅଧିକ  ଆକୃଷ୍ଟ କରିବା ଲାଗି ମା ତାରାତାରିଣୀଙ୍କ ମନ୍ଦିର ରହିଥିବା ରତ୍ନଗିରି ପାହାଡର ପାଦଦେଶରେ ବୋହିଯାଇଥିବା ପବିତ୍ର ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ସହ ଶୋଭା ବର୍ଦ୍ଧନ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମାଙ୍କ ଚାଲିଥିବା ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦର୍ଶନ ଲାଗି ଆସିଥିବା ବେଳେ ଏଠାରେ ଅନୁଷ୍ଠିତ ହୋଇଥବା ସାଧାରଣ ସଭାରେ ଯୋଗଦେଇ  ୨୮ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟଲାଗି ଭିଡିଓ କନଫରେନ୍ସ ମାଧ୍ୟମରେ ଶିଳାନ୍ଯାସ କରିଥିଲେ ।

ଏହାକୁ ନେଇ ପ୍ରଶାସନିକ ସ୍ତରରେ ଏକ ମାଷ୍ଟର ପ୍ଲାନ ପ୍ରସୁତ କରାଯାଇଛି । ଏହି ମାଷ୍ଟର ପ୍ଲାନରେ ଋଷିକୁଲ୍ଯା ନଦୀ ତଟ ସମ୍ମୁଖର ଉନ୍ନତି କରଣ , ପାର୍କିଙ୍ଗ ଓ ପ୍ରବେଶ ସ୍ଥଳ , ଉପାନ ଦେବୀ ମନ୍ଦିର ଓ ପ୍ରବେଶ ସ୍ଥଳ ,ପ୍ରବେଶ ପଥର ମୂଖ୍ୟ ଦ୍ଵାର , ବଗିଚାର ପ୍ରବେଶପଥ ଦ୍ବାର, ଉପାନଦେବୀ ମନ୍ଦିର ଓ ଫୁଡ୍ କୋର୍ଟ, ପର୍ଯ୍ଯଟକମାନେ ବସିବା ଲାଗି ସୁନ୍ଦର ବଗିଚା, ଶିଶୁ ମାନଙ୍କ ମନୋରଞ୍ଜନ ଲାଗି ଖେଳଣିୟ ସ୍ଥଳ , ତିନି ଗୋଟି ଭିୟୁ ପଏଣ୍ଟ,  ଆଦି ୨୧ ଗୋଟି ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟମାନ କରିବାର ସ୍ଥିର କରାଯାଇଛି । ଏହି କାର୍ଯ୍ୟ ମାନ ସମ୍ପୂର୍ଣ୍ଣ ରୁପେ  ପ୍ରସୁତ ହୋଇଥିବା  ମାଷ୍ଟରପ୍ଳାନର ଢାଞ୍ଚାରେ ନିର୍ମାଣ କରାଯିବ। ଏଥିଲାଗି ପ୍ଲାନରେ ୨୯କୋଟି ୭୫ ଲକ୍ଷ ୬୦ହଜାର ଟଙ୍କା ବ୍ୟୟ ଅଟକଳ ସ୍ଥିର କରାଯାଇଛି ।  ଏହି ମାଷ୍ଟର ପ୍ଲାନକୁ ଓଡିଶା ସରକାରଙ୍କ ପକ୍ଷରୁ ଲୋକାର୍ପିତ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri