Posted inUncategorized

ଶାନ୍ତି ଓ ଆଧ୍ୟାତ୍ମିକ ଗୁରୁ

ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଇରାକୀ ସୁଫି ସନ୍ଥ ରାବ୍ୟାଙ୍କ ସମ୍ପର୍କରେ ଶୁଣିଥିବା ଏକ ସୁନ୍ଦର କାହାଣୀରୁ ଆରମ୍ଭ କରିବା। ଥରେ ରାବ୍ୟା ଏକାମ୍ର ଚିତ୍ତରେ ଗୋଟେ ପଡ଼ିଆରେ କିଛି ଖୋଜୁଥିବାର ଦେଖି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନେ କ’ଣ ଖୋଜୁଛ ବୋଲି ପଚାରିବାରୁ ସେ ଉତ୍ତରଦେଲେ ଯେ, ସେ ହଜେଇ ଦେଇଥିବା ଗୋଟେ ଛୁଞ୍ଚତ୍ ଖୋଜୁଛନ୍ତି। ଏତେ ବଡ଼ ପଡ଼ିଆ ଭିତରୁ ଛୋଟ ଛୁଞ୍ଚତ୍ଟେ ଖୋଜିପାଇବା ମୁସ୍କିଲ ବୋଲି ଅନୁଭବ କରି ସେମାନେ ପୁଣି ପଚାରିଲେ, ତମେ କ’ଣ ନିଶ୍ଚିତ ଯେ ଛୁଞ୍ଚତ୍ଟି ଏଇଠି କୋଉଠି ହଜେଇଛ? ଉତ୍ତର ମିଳିଲା, ନାଇଁ, ମୁଁ ସେଇଟିକୁ ଘରେ ହଜେଇ ଦେଇଛି। ଲୋକମାନେ ହସିଉଠି କହିଲେ, ତମେ ସତରେ ପାଗଳ । ଛୁଞ୍ଚତ୍ଟା ଘରେ ହଜେଇ ପଡ଼ିଆରେ ଖୋଜୁଛ ? ଜବାବରେ ରାବ୍ୟା ଯାହା କହିଲେ ତା’ରି ଭିତରେ ହିଁ ବଞ୍ଚତ୍ବାର ସାରକଥା ନିହିତ। ସେ କହିଲେ, ସମସ୍ତେ ଯାହା କରନ୍ତି, ମୁଁ ସେୟା ହିଁ କରୁଛି। ନିଜ ଭିତରେ ଶାନ୍ତି ହଜେଇଦେଇ ସମସ୍ତେ ଏହାକୁ ଅନ୍ୟତ୍ର ଖୋଜୁନାହାନ୍ତି କି?
ସେଦିନ ଗୋଟେ ସଭାରେ ଅନ୍ୟତମ ବକ୍ତା ଥିଲେ ଜଣେ ପ୍ରବଚକ ତଥା ଆଧ୍ୟାତ୍ମିକ ଗୁରୁ, ଯିଏ ଜଣେ ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ହୋଇଥିବାର ମୋର ସନ୍ଦେହ ପରେ ସତ ପ୍ରମାଣିତ ହୋଇଥିଲା। ପ୍ରବଚକ ମହୋଦୟ ତାଙ୍କ ଭାଷଣରେ ଜଗନ୍ନାଥ ଦର୍ଶନ ଓ ଜଗନ୍ନାଥ ତତ୍ତ୍ୱ ବିଷୟରେ ଅନର୍ଗଳ ଗପି ଚାଲିଥା’ନ୍ତି। ବକ୍ତବ୍ୟକୁ ଅଧିକ ଶାଣିତ କରିବା ପାଇଁ ସଂଖ୍ୟାଧିକ ଶ୍ଳୋକ ଆବୃତ୍ତି କରୁଥାନ୍ତି। ଶ୍ରୋତାମାନେ ଅବଶ୍ୟ ମୁଗ୍ଧହୋଇ ପ୍ରବଚନ ଶୁଣୁଥିବା ପରି ମନେ ହେଉଥିଲା। କିନ୍ତୁ ସେମାନଙ୍କ ବିଭୋରପଣିଆ ପଛରେ ଅସଲ ରହସ୍ୟ ଥିଲା ଘରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରବଚକ ମହୋଦୟ ସୁପାରିସ କରିଥିବା ଫର୍ମୁଲାଜନିତ ଉତ୍କଣ୍ଠା। ଆମପରି ଅଳ୍ପ କିଛି ସନ୍ଦିହାନ ବ୍ୟକ୍ତି ଗୋପନରେ ପରସ୍ପର ସହ ଆଖି ମିଳେଇ ମୁରୁକି ହସୁଥିଲୁ।
ଗଭୀର ତତ୍ତ୍ୱ ସମ୍ବଳିତ ଭାଷଣରେ ଅସହଜ ଅନୁଭବ କରୁଥିବା ମୋ ଛୋଟଝିଅ ମତେ ଚୁପିଚୁପି କହିଲା, ‘ପାପା, ଏମିତିକା ଅନେକ କଥା ତ ତମେ ବି କହିବାର ମୁଁ ଶୁଣିଛି। ଏମିତିକା କେତେ ଶ୍ଳୋକ ତମେ ଗାଇବାର ମୁଁ ଶୁଣିଛି। ତମେ କାହିଁକି ଜଣେ ଆଧ୍ୟାତ୍ମିକ ଗୁରୁ ହେଲନି? ଏକଥା ଘରେ ଆଲୋଚନା କରିବା ବୋଲି ତାକୁ ଧୀର ସ୍ବରରେ କହି ଚୁପ୍‌ ହୋଇ ବସିବାକୁ ଇସାରା କଲି। କିଛି ସମୟର ନୀରବତା ପରେ ଝିଅ ପୁଣି ପଚାରିଲା, ‘ଆଚ୍ଛା, ଏ ଲୋକଜଣକ ଯୋଉ ଏତେ ଜ୍ଞାନ ଦେଉଛନ୍ତି, ସେତକ ଜଣା ନ ଥିଲେ କ’ଣ ଜଗନ୍ନାଥଙ୍କ ପାଖକୁ ଯିବା ଉଚିତ ନୁହେଁ? ‘ବ୍ରହ୍ମଦାରୁ’ ଓ ‘ଦାରୁବ୍ରହ୍ମ’ ଭିତରେ ପାର୍ଥକ୍ୟ ନ ଜାଣିଲେ କ’ଣ ଜଗନ୍ନାଥଙ୍କୁ ଡାକିବା କି ପୂଜିବା ମୂଲ୍ୟହୀନ?’ ଏତେ ପରିପକ୍ୱ ପ୍ରଶ୍ନର ଉତ୍ତର ଦେବାକୁ ସେ ସଭାସ୍ଥଳ ଉପଯୁକ୍ତ ସ୍ଥାନ ନ ଥିଲା। ତଥାପି ଉତ୍ତରଟେ ଆଶାକରି ଝିଅ ମତେ ଚାହିଁ ରହିଥାଏ। ତା’ ଚାହାଣିରେ ମୁଁ ଅସହଜ ଅନୁଭବ କରୁଥିଲେ ବି କହିଲି, ” ତୁ ଏତେକଥା ଚିନ୍ତା କରନା। ଏସବୁ କିଛି ନ ଜାଣି ମଧ୍ୟ ତୁ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦେଖିବା ମାତ୍ରେ କାନ୍ଦିପକଉ ନା? ତୁ ଯାହା ଦରକାର କରୁ ସେ ବିଷୟରେ କାଗଜରେ ଚିଠି ଲେଖି ଆମ ଘରେ ଠାକୁରଙ୍କ ପାଖରେ ରଖିଦେଲେ ସେ ତୋର ଇଚ୍ଛା ପୂରଣ କରିଦିଅନ୍ତି ନା? ସେ କେବଳ ଅନ୍ତରର ପବିତ୍ରତା ଦେଖନ୍ତି। କୌଣସି ଶବ୍ଦ ନୁହେଁ, ଜ୍ଞାନ ନୁହେଁ କି ଉପଚାର ନୁହେଁ। ଅନ୍ତର ଅପବିତ୍ର ରଖି ଲକ୍ଷେ ଶ୍ଳୋକ ବୋଲିଲେ, ପ୍ରାର୍ଥନା କଲେ, ବ୍ରତ ଉପବାସ ରଖିଲେ କି ପୂଜା ଉପଚାର କଲେ ବି ତା’ର ଫଳ ଏକଦମ୍‌ ଶୂନ୍‌। ତୁ କେବଳ ଏଇ ଗୋଟିଏ କଥା ମନେରଖ- ଜଗନ୍ନାଥଙ୍କୁ ତୋ ଅନ୍ତରରେ ଏମିତି ରଖିଥିବୁ, ଦେଖୁଥିବୁ। ଦେଖୁନୁ, ସେ କେମିତି ତୋ ଲୁହ ସହି ପାରନ୍ତିନି ବୋଲି ତୋ ଇଚ୍ଛା ସବୁ ପୂରଣ କରିଦେଉଛନ୍ତି। ଅନ୍ୟ କୌଣସି ଜ୍ଞାନ ପାଇଁ ବ୍ୟସ୍ତ ହଅନା।“
ଏକଥା ଶୁଣି ଝିଅର ମୁହଁ ଖୁସିରେ ଉଜ୍ଜ୍ୱଳ ଦିଶିଲା। କିଛି ସମୟ ଚୁପ୍‌ ବସିବା ପରେ ପୁଣି ପଚାରିଲା, ‘ହେଲେ, ଏ ଲୋକଜଣକ ଏବେ ଯୋଉ କହିଲେ ଯେ ଘରେ ଅଶାନ୍ତି ହଉଥିଲେ କର୍ପୂର ଜଳେଇ ସେଇ ହାତ ଆଖିରେ ଲଗେଇଲେ ନିଶ୍ଚୟ ଶାନ୍ତି ରହିବ?’ ‘ହଁ, ହୁଏତ ହୋଇଥିବ,’ ”ଆଚ୍ଛା, ତା’ହେଲେ ଏ ଫର୍ମୁଲାଟା ମୁଁ ସୁପ୍ରିୟାକୁ ବତେଇବି।“ ‘କ’ଣ ପାଇଁ?’ ”ଜାଣିଛ, ତାଙ୍କ ଘରେ ଅଙ୍କଲ୍‌, ଆଣ୍ଟିଙ୍କର ସବୁବେଳେ ଝଗଡ଼ା। ମୁଁ ଯେତେଥର ତାଙ୍କ ଘରକୁ ଯାଇଛି, ଦେଖେ ତ ଆଣ୍ଟି ଠାକୁରଘରେ ପୂଜା କରୁଥିବେ। ମୁଁ ଛୁଇଁଲେ କାଳେ ସେ ମାରା ହୋଇଯିବେ ବୋଲି ମୁଣ୍ଡିଆ ମାରିବାକୁ ଦିଅନ୍ତିନି। ସେ କାଳେ ସବୁଦିନ ଦି’ ତିନି ଘଣ୍ଟା ଧରି ପୂଜା କରନ୍ତି। ବହୁତ ଓଷା, ଉପାସ କରନ୍ତି। ତଥାପି ଏତେ ଝଗଡ଼ା ଯେ ସେମାନେ କାଳେ ଡିଭୋର୍ସ ନେବେ ସୁପ୍ରିୟା କହୁଥିଲା। ଏ ଫର୍ମୁଲାଟା ବୋଧେ ସେମାନେ ଜାଣିନାହାନ୍ତି। ପାପା, ମିଟିଂ ସରିଲେ ଏ ଲୋକଙ୍କ ସହ ବାହାରେ ମତେ ଟିକେ କଥା କରେଇଦିଅ, ପ୍ଲିଜ୍‌।“
ସଭାଗୃହ ବାହାରେ ପ୍ରବଚକ ମହୋଦୟଙ୍କୁ ଭେଟିବାକୁ ଅପେକ୍ଷା କରିଥିବାବେଳେ ତାଙ୍କୁ ନେବାକୁ ଆସିଥିବା ଜଣେ ଭଦ୍ରବ୍ୟକ୍ତିଙ୍କ ସହ ପରିଚୟ ହେଲା। ଝିଅ ତାଙ୍କୁ ଭେଟିବାକୁ ଚାହୁଁଥିବାର ଉଦ୍ଦେଶ୍ୟ ବିଷୟରେ ଜଣାଇ ପ୍ରବଚକ ମହୋଦୟଙ୍କୁ ତାଙ୍କ ଘରେ ସାକ୍ଷାତ କରିବାର ଯୋଜନା ବିଷୟରେ କହିବାରୁ ଭଦ୍ରବ୍ୟକ୍ତି ଜଣକ ଝିଅକୁ ଚାହିଁ ମତେ କହିଲେ, ” ଆପଣମାନଙ୍କର ଏଇଭଳି ମାନସିକତା ଯୋଗୁ ୟା ଭଳିଆ ଗୁଡ଼ାଏ ଭଣ୍ଡ, ଟାଉଟର ଆଜି ଆଧ୍ୟାତ୍ମିକ ଗୁରୁ ପାଲଟିଛନ୍ତି। ଯିଏ ନିଜ ଘରେ ଶାନ୍ତିରେ ରହିପାରିଲାନି କି ଶାନ୍ତି ଦେଇ ପାରିଲାନି ସିଏ ପୁଣି ଅନ୍ୟମାନଙ୍କୁ ଶାନ୍ତିର ଫର୍ମୁଲା ବତଉଛି ! ଆପଣମାନେ ବି ତା’ ଜରିଆରେ ଶାନ୍ତି ଖୋଜୁଛନ୍ତି !
ମୁଁ ଟିକେ ପ୍ରଶ୍ନଭରା ଚାହାଣିରେ ଚାହିଁଲି ତ ଭଦ୍ରବ୍ୟକ୍ତି ଜଣକ କହିବା ଜାରିରଖିଲେ। ”ଗୁଡ଼ାଏ ବହି ଘୋଷାଘୋଷି କରି ଖାଲି ଜ୍ଞାନୀ ଦେଖେଇବାକୁ ଚେଷ୍ଟା କରି ବୁଲି ବୁଲି ଭାଷଣ ମାରିଲା। ସ୍ତ୍ରୀ ପିଲାଙ୍କ ଦାୟିତ୍ୱ ନେବା କଥା ଉଠିଲେ ଗାଳିମନ୍ଦ କରି ଘରେ ଖୁବ୍‌ ଅଶାନ୍ତିକଲା। ନିଜ ଶସ୍ତା ଜ୍ଞାନର ବଡ଼ିମାରେ ତା’ ଭାଇ, ଭଉଣୀଙ୍କ ସଂସାର ବି ଛାରଖାର କରିଦେଲା। ଏତେ ଅଶାନ୍ତି ସୃଷ୍ଟି କଲା ଯେ ଶେଷରେ ପିଲାମାନେ ଘରୁ ବାହାର କରିଦେଲେ। ମୋ ଘର ଖାଲି ପଡ଼ିଥିବାରୁ ବର୍ଷେ ହେଲା ଆସି ସେଠି ରହୁଛି। ବୁଲିବୁଲି ଖାଉଛି, ଭାଷଣ ଦଉଛି, ରାତିରେ ଯାଉଛି ଟିକେ ଶୋଇବା ପାଇଁ।“
ଠିକ୍‌ ଏତିକିବେଳେ ପ୍ରବଚକ ମହୋଦୟ ଆସି ସେଠି ପହଞ୍ଚତ୍ଗଲେ। ତାଙ୍କୁ ଦେଖିପାରି ନ ଥିବା ମୋ ଝିଅ ଭଦ୍ରବ୍ୟକ୍ତି-ବନ୍ଧୁଙ୍କ କଥାରେ କହିପକେଇଲା, ‘ପାପା କର୍ପୂର…’ ଚଟ୍‌କିନା ତା’ ପାଟିରେ ମୋ ହାତ ଚାପିଦେଇ ପ୍ରବଚକଙ୍କ ଉଦ୍ଦେଶ୍ୟରେ କହିଲି, ”ଆଜ୍ଞା, ଆପଣଙ୍କ ପରି ଆଧ୍ୟାତ୍ମିକ ଗୁରୁଙ୍କ ସାନ୍ନିଧ୍ୟ ନ ପାଇଲେ ଜୀବନରେ ଶାନ୍ତି ପାଇବା ସମ୍ଭବ ନୁହେଁ।“ ଉଲ୍ଲସିତ ହସଟେ ହସି ବନ୍ଧୁଙ୍କ ଗାଡ଼ି ପଛରେ ବସି ପ୍ରବଚକ ଚାଲିଗଲେ। ଝିଅ ମତେ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଥାଏ।

  • ହରେକୃଷ୍ଣ ଦାସ
    ଅଧ୍ୟାପକ, ଇଂଲିଶ ବିଭାଗ, ନିଆଳି କଲେଜ ମୋ:୯୮୬୧୩୪୫୬୫୮

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri