କ୍ୱେଟାରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ, ୧୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ଆଶଙ୍କା, ଅନେକେ ଆହତ

କ୍ୱେଟା,୩୦।୯: ପାକିସ୍ତାନର କ୍ୱେଟା ସହର ଏକ ବଡ଼ ବିସ୍ଫୋରଣରେ ଥରି ଉଠିଛି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ବିସ୍ଫୋରଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। କ୍ୱେଟା ହେଉଛି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ। ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ବୋମା ବିସ୍ଫୋରଣ ଯୋଗୁ କ୍ୱେଟା ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସମସ୍ତ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସ ଇତ୍ୟାଦିଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କ୍ୱେଟାର ଜରଘୁନ ରୋଡ ନିକଟରେ ଏହି ବୋମା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଅନେକେ ଆହତ ହୋଇଥିବା ସୂଚନା ମିଳିଛି। ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ମିଡିଆ ସଂଯୋଜକ କହିଛନ୍ତି ଯେ ଆହତମାନଙ୍କୁ ସିଭିଲ ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମା ବିସ୍ଫୋରଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ବ୍ୟସ୍ତବହୁଳ ରାସ୍ତାରେ ହଠାତ ଏକ ଶକ୍ତିଶାଳୀ ବିସ୍ଫୋରଣ ଦେଖାଯାଉଛି, ଯାହା ରାସ୍ତାରେ ଥିବା ଅନେକ ଲୋକଙ୍କୁ ଆଘାତ କରିଥିଲା। ମିଡିଆ ରିପୋର୍ଟ ଅନୁସାରେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୪ ରେ କ୍ୱେଟାରେ ଏକ ରାଜନୈତିକ ରାଲି ସମୟରେ ହୋଇଥିବା ବୋମା ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri