ଗଞ୍ଜାମ,୨୧।୪(ଅନାଥ ତରାଇ): ଗଞ୍ଜାମ ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗଞ୍ଜାମ ସହରରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦିନଦ୍ୱିପ୍ରହରେ କିଛି ଦୁର୍ବୃତ୍ତ ଏକ ବାଇକର ଡିକି ଭାଙ୍ଗି ସେଥିରୁ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ରଘୁନାଥପୁର ଗ୍ରାମର ଦିଲୀପ ସାହୁ ଏବଂ ସୁଧୀର ପଣ୍ଡା କାନାରା ବ୍ୟାଙ୍କରୁ ଏହି ଟଙ୍କା ଉଠାଇ ଷ୍ଟେଟ ବ୍ୟାଙ୍କରେ କୌଣସି ଏକ କାମରେ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା। ବ୍ୟାଙ୍କ ବାହାରେ ଗାଡ଼ି ରଖିଥିବା ଦେଖି ଦୁର୍ବୃତ୍ତମାନେ ସୁଯୋଗ ଦେଖି ଚୋରି କରି ଫେରାର ହୋଇଯାଇଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ବ୍ୟାଙ୍କ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଅପରାଧୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।