ଇଣ୍ଡୋନେସିଆରେ ବିଶାଳ ବିକ୍ଷୋଭ

ଜାକର୍ତ୍ତା,୧୫।୧: ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଗତ ମାସରେ ଦେଶର ବିବାଦୀୟ ନିଯୁକ୍ତି ଆଇନ ସ୍ଥାନରେ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ଅଧିକାର ଓ ପରିବେଶ ସୁରକ୍ଷାକୁ ଶେଷ କରିଦେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି। ରାଜ୍ୟପାଳଙ୍କ ଜରୁରୀ ନିର୍ଦ୍ଦେଶନାମାକୁ ବିରୋଧ କରି ହଜାର ହଜାର କର୍ମଚାରୀ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାର୍ଲାମେଣ୍ଟ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାକୁ ରଦ୍ଦ କରୁ ବୋଲି ସେମାନେ ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା କୋର୍ଟ ରାୟର ଉଲ୍ଲଂଘନ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଇଛନ୍ତି।

୨୦୨୦ ନିଯୁକ୍ତି ସୃଷ୍ଟି ଆଇନ ତ୍ରୁଟିପୂର୍ଣ୍ଣ ବୋଲି ପୂର୍ବରୁ ସାମ୍ବିଧାନିକ ଅଦାଲତ ରାୟ ଦେଇଥିଲେ। ଆଇନ ପ୍ରଣୟନ ପୂର୍ବରୁ ସର୍ବସାଧାରଣଙ୍କ ଯଥେଷ୍ଟ ପରାମର୍ଶ ନିଆଯାଇ ନ ଥିଲା। ନଭେମ୍ବର ସୁଦ୍ଧା ନବୀକରଣ ପ୍ରକ୍ରିୟା ଶେଷ କରିବାକୁ ଅଦାଲତ ଏମ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତି ନିର୍ଦ୍ଦେଶନାମା ବଳରେ ଉକ୍ତ ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଆଇନକୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ବିକ୍ଷୋଭକାରୀ ଡାମର ପାନ୍‌କା ମୁଲିଆ କହିଛନ୍ତି। ଏହା କର୍ମଚାରୀମାନଙ୍କ କଲ୍ୟାଣକାରୀ ଯୋଜନାକୁ ସଂକୁଚିତ କରିବା ସହ ଶ୍ରମିକ ସୁରକ୍ଷା ହ୍ରାସ କରିବ। ଏଥିଯୋଗୁ କୃଷି, ପରିବେଶ ଆଦି ବିଭିନ୍ନ ସେକ୍ଟର କ୍ଷତିଗ୍ରସ୍ତ ହେବା ସହ ମହିଳାଙ୍କ ସୁରକ୍ଷା ପ୍ରଭାବିତ ହେବ। ଶ୍ରମିକମାନଙ୍କ କଲ୍ୟାଣ ବଢ଼ାଇ ନିଯୁକ୍ତି ସୃଷ୍ଟି କରାଯିବା ଆବଶ୍ୟକ। କିନ୍ତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ଏହା ବିରୋଧରେ ଯାଉଥିବାରୁ କର୍ମଚାରୀମାନେ ଏହାର ପ୍ରତିବାଦ କରିଛନ୍ତି। ସେମାନେ ଆଉଟ୍‌ସୋର୍ସିଂକୁ ବିରୋଧ କରିଛନ୍ତି। ଜରୁରୀ ସ୍ଥିତି ନ ଥିବାବେଳେ ନିଯୁକ୍ତି ସୃଷ୍ଟିରେ ଜରୁରୀ ନିର୍ଦ୍ଦେଶନାମା ଗ୍ରହଣୀୟ ନୁହେଁ ବୋଲି ବିକ୍ଷୋଭକାରୀ କହିଛନ୍ତି। ଏଭଳି ନିର୍ଦ୍ଦେଶନାମା ଶ୍ରମିକମାନଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରିବ। ସେମାନଙ୍କୁ ଯେକୌଣସି ସମୟରେ ସହଜରେ ଚାକିରିରୁ ବାହାର କରିଦିଆଯାଇ ପାରିବ ବୋଲି ଜୋକୋ ହେରିଓନୋ କହିଛନ୍ତି। ନିର୍ଦ୍ଦେଶନାମାରେ ଆଉଟିସୋର୍ସିଂ ଏବଂ ସର୍ବନିମ୍ନ ମଜୁରି ନିୟମାବଳୀ ଚିନ୍ତାଜନକ ପ୍ରସଙ୍ଗ ବୋଲି ଲେବର ପାର୍ଟି ଅଧ୍ୟକ୍ଷ ସଏଦ୍‌ ଇକ୍‌ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ମୋଦିଙ୍କ ଫର୍ମୁଲାରେ ବିଜୟୀ ହେଲେ ତାରିକ ରହମାନ

ଢାକା,୧୪।୨: ବାଂଲାଦେଶ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋଡ଼ରେ ଅଛି। ତାରିକ ରହମାନଙ୍କ ନେତୃତ୍ୱରେ ଏହା ସ୍ଥିର ହେବ ଯେ ଢାକା କେଉଁ ପଥ ନେବ। ତାରିକ…

ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇ ୩ ହିନ୍ଦୁ ହେଲେ ସାଂସଦ

ଢାକା,୧୪।୨: ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ୨୯୭ ଆସନରୁ ୨୧୨ଟି ଜିତି ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ…

Bangladesh Election 2026: ତାରିକ ରହମାନଙ୍କ ବିଜୟ ପରେ ବିଦାୟ ନେବେ କେୟାର ଟେକର ‘ୟୁନୁସ’, ଏବେ କ’ଣ ରହିଛି ଯୋଜନ? ଜାଣନ୍ତୁ…

ଢାକା,୧୪।୨: ବାଂଲାଦେଶ ବର୍ତ୍ତମାନ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅଛି। ଆୱାମୀ ଲିଗର ପତନ ପରେ, ନୋବେଲ ଶାନ୍ତି ପୁରସ୍କାର ବିଜେତା ଡକ୍ଟର ମହମ୍ମଦ ୟୁନୁସ କ୍ଷମତାର…

ହାସିନାଙ୍କ ପ୍ରତ୍ୟର୍ପଣ ଦାବିକଲା ବିଏନ୍‌ପି: ଆଜି ଶପଥ ନେବେ ତାରିକ୍‌ ରହମାନ

ଢାକା,୧୪ା୨(ପି.ଟି./ଏଜେନ୍ସି):୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ଅଗଷ୍ଟ ୫ରେ ହାସିନା ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri