ଇଣ୍ଡୋନେସିଆରେ ବିଶାଳ ବିକ୍ଷୋଭ

ଜାକର୍ତ୍ତା,୧୫।୧: ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଗତ ମାସରେ ଦେଶର ବିବାଦୀୟ ନିଯୁକ୍ତି ଆଇନ ସ୍ଥାନରେ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ଅଧିକାର ଓ ପରିବେଶ ସୁରକ୍ଷାକୁ ଶେଷ କରିଦେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି। ରାଜ୍ୟପାଳଙ୍କ ଜରୁରୀ ନିର୍ଦ୍ଦେଶନାମାକୁ ବିରୋଧ କରି ହଜାର ହଜାର କର୍ମଚାରୀ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାର୍ଲାମେଣ୍ଟ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାକୁ ରଦ୍ଦ କରୁ ବୋଲି ସେମାନେ ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା କୋର୍ଟ ରାୟର ଉଲ୍ଲଂଘନ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଇଛନ୍ତି।

୨୦୨୦ ନିଯୁକ୍ତି ସୃଷ୍ଟି ଆଇନ ତ୍ରୁଟିପୂର୍ଣ୍ଣ ବୋଲି ପୂର୍ବରୁ ସାମ୍ବିଧାନିକ ଅଦାଲତ ରାୟ ଦେଇଥିଲେ। ଆଇନ ପ୍ରଣୟନ ପୂର୍ବରୁ ସର୍ବସାଧାରଣଙ୍କ ଯଥେଷ୍ଟ ପରାମର୍ଶ ନିଆଯାଇ ନ ଥିଲା। ନଭେମ୍ବର ସୁଦ୍ଧା ନବୀକରଣ ପ୍ରକ୍ରିୟା ଶେଷ କରିବାକୁ ଅଦାଲତ ଏମ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତି ନିର୍ଦ୍ଦେଶନାମା ବଳରେ ଉକ୍ତ ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଆଇନକୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ବିକ୍ଷୋଭକାରୀ ଡାମର ପାନ୍‌କା ମୁଲିଆ କହିଛନ୍ତି। ଏହା କର୍ମଚାରୀମାନଙ୍କ କଲ୍ୟାଣକାରୀ ଯୋଜନାକୁ ସଂକୁଚିତ କରିବା ସହ ଶ୍ରମିକ ସୁରକ୍ଷା ହ୍ରାସ କରିବ। ଏଥିଯୋଗୁ କୃଷି, ପରିବେଶ ଆଦି ବିଭିନ୍ନ ସେକ୍ଟର କ୍ଷତିଗ୍ରସ୍ତ ହେବା ସହ ମହିଳାଙ୍କ ସୁରକ୍ଷା ପ୍ରଭାବିତ ହେବ। ଶ୍ରମିକମାନଙ୍କ କଲ୍ୟାଣ ବଢ଼ାଇ ନିଯୁକ୍ତି ସୃଷ୍ଟି କରାଯିବା ଆବଶ୍ୟକ। କିନ୍ତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ଏହା ବିରୋଧରେ ଯାଉଥିବାରୁ କର୍ମଚାରୀମାନେ ଏହାର ପ୍ରତିବାଦ କରିଛନ୍ତି। ସେମାନେ ଆଉଟ୍‌ସୋର୍ସିଂକୁ ବିରୋଧ କରିଛନ୍ତି। ଜରୁରୀ ସ୍ଥିତି ନ ଥିବାବେଳେ ନିଯୁକ୍ତି ସୃଷ୍ଟିରେ ଜରୁରୀ ନିର୍ଦ୍ଦେଶନାମା ଗ୍ରହଣୀୟ ନୁହେଁ ବୋଲି ବିକ୍ଷୋଭକାରୀ କହିଛନ୍ତି। ଏଭଳି ନିର୍ଦ୍ଦେଶନାମା ଶ୍ରମିକମାନଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରିବ। ସେମାନଙ୍କୁ ଯେକୌଣସି ସମୟରେ ସହଜରେ ଚାକିରିରୁ ବାହାର କରିଦିଆଯାଇ ପାରିବ ବୋଲି ଜୋକୋ ହେରିଓନୋ କହିଛନ୍ତି। ନିର୍ଦ୍ଦେଶନାମାରେ ଆଉଟିସୋର୍ସିଂ ଏବଂ ସର୍ବନିମ୍ନ ମଜୁରି ନିୟମାବଳୀ ଚିନ୍ତାଜନକ ପ୍ରସଙ୍ଗ ବୋଲି ଲେବର ପାର୍ଟି ଅଧ୍ୟକ୍ଷ ସଏଦ୍‌ ଇକ୍‌ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଟ୍ରମ୍ପ-ଜିନପିଙ୍ଗ ମୁହାଁମୁହିଁ: ଆମେରିକା ବିରୁଦ୍ଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୨୭।୧୨: ଆମେରିକା ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, “ଡ୍ରାଗନ” ନିକଟରେ ଏକ ପଦକ୍ଷେପ ନେଇଛି। ସି ଜିନପିଙ୍ଗ ଆମେରିକା ବିରୁଦ୍ଧରେ ଏପର୍ଯ୍ୟନ୍ତ ସବୁଠାରୁ...

ଆମେରିକାରେ ବିମାନସେବା ପ୍ରଭାବିତ, ୧୧୦୦ ଉଡାଣ ରଦ୍ଦ, ୪୦୦୦ ବିମାନ ବିଳମ୍ବ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୨୭।୧୨: ଶୁକ୍ରବାର (ଡିସେମ୍ବର ୨୬) ଖ୍ରୀଷ୍ଟମାସ ଛୁଟି ସତ୍ତ୍ୱେ ଆମେରିକାର ବିମାନ କମ୍ପାନୀଗୁଡ଼ିକ ୧୦୦୦ ରୁ ଅଧିକ ଉଡ଼ାଣ ବାତିଲ କରିଛନ୍ତି, କାରଣ ଦେଶର ଅଧିକାଂଶ...

କ୍ୱିଭ ଉପରେ ପୁଣି ମିଶାଇଲ ସହ ଡ୍ରୋନ ଆକ୍ରମଣ କଲା ରୁଷିଆ, ପରିସ୍ଥିତି ଜଟିଳ

କ୍ୱିଭ,୨୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବା ପରି ମନେ ହେଉଛି।...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ଟୋକିଓ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri