ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ୍‌ ସିଲିଣ୍ଡର ଫାଟି ଏହି ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ନିଆଁ ଲାଗିବା ପରେ ଦୀର୍ଘ ସମୟ ଧରି ରେଷ୍ଟୁରାଣ୍ଟ ଜଳୁଥିବା ଦେଖିବାକୁ ମିଳିଥିଲା । ଏପରିକି ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଛି । ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଖବର ଲେଖାଯିବା ସୁଦ୍ଧା ନିଆଁ ସମ୍ପୁର୍ଣ୍ଣ ଆୟତ୍ତ ହୋଇପାରି ନାହିଁ । ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।

 

Dharitri – Odisha’s No.1 Odia Daily

Share