Categories: ଜାତୀୟ

ମୁରାଦାବାଦ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୩ ଶିଶୁ ସମେତ ୫ ମୃତ

ମୁରାଦାବାଦ,୨୬ ।୮: ଉତ୍ତର ପ୍ରଦେଶର ମୁରାଦାବାଦରେ ଗୁରୁବାର ଲାଗିଥିବା ନିଆଁରେ ଗୋଟିଏ ପରିବାରର ୩ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତିନି ମହଲା କୋଠାରେ ହଠାତ୍ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଘଟଣାରେ ୭ ଜଣ ଆହତ ହୋଇଥିବା କୁହାଯାଉଛି । ନିଆଁ ଯୋଗୁ ଲକ୍ଷ ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଛି ।
ମୁରାଦାବାଦର ଗଲଶହୀଦ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ସ୍କ୍ରାପ ବ୍ୟବସାୟୀଙ୍କ ଘରର ତଳ ମହଲାରେ ଥିବା ସ୍କ୍ରାପ ଗୋଦାମରେ ନିଆଁ ଲାଗି ଏହା ଚାହୁଁ ଚାହୁଁ ୩ ମହଲା ବିଲଡିଂକୁ ବ୍ୟାପି ଯାଇଥିଲା ଫଳରେ ସମ୍ପୂର୍ଣ୍ଣ ଘରଟି ପୋଡି ଯାଇଥିଲା । ଖବର ପାଇଁ ଦମକଳ ବାହିନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି କି ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ।

Share