ଗଜପତି,୮।୧୦(ଗିରିଧାରୀ ପରିଛା): ପଥର କ୍ବାରିରେ ବିସ୍ଫୋରଣ ଜନିତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ମେଳିଆପୁଟି ମଣ୍ଡଳର ଗଙ୍ଗାରାଜୁ ପୁରମ ଗ୍ରାମର ରାଜଯୋଗ ପଥର ଖଣିରେ। ଆଜି ସନ୍ଧ୍ୟାରେ ପଥର କ୍ବାରିରେ ଲୋକେ କାମ କରୁଥିବା ସମୟରେ ପଥର କ୍ବାରିରେ ଜିଲେଟିନ ଲଗାଇ ବ୍ଲାଷ୍ଟ କରିବା ସମୟରେ ସେଠାରେ କାର୍ଯ୍ୟରତ ୩ ଜଣ ମୃତ୍ୟୁ ହେବାସହ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ୩ ଜଣ ଜଣେ ରାଜସ୍ତାନର ହେମରାଜ ମେଘବାଲ ମଧ୍ୟପ୍ରଦେଶର ଶ୍ରବଣ କୁମାର, ଅନ୍ୟଜଣେ ବିହାରର ବୋଲି ଜଣାପଡ଼ିଛି । ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇପାରିନାହିଁ। ତେବେ ଗୁରୁତର ୪ ଜଣଙ୍କୁ ପ୍ରଥମେ ଟେକେଲି ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତର ୪ ଜଣ ସ୍ଥାନୀୟ ଲୋକମାନେ ବୋଲି ଜଣାପଡିଛି ।
Dharitri – Odisha’s No.1, Most Trusted Odia Daily

