ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ ଶ୍ରମିକଙ୍କୁ ତାଳଚେର ଏନଟିପିସି ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ଓ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ଏମାନେ ସମସ୍ତେ ଠିକା ଶ୍ରମିକ ବୋଲି କୁହାଯାଉଛି। ଘଟଣାସ୍ଥଳରେ ଉଚ୍ଚ ପଦାଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏନଟିପିସି ପୋଲିସ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ।ntoc ଭଳି ଏକ ମେଗା ବିଦ୍ୟୁତ ପ୍ଲାଣ୍ଟରେ ବିସ୍ଫୋରଣ ହେବା ଓ ଠିକା ଶ୍ରମିକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ଘଟିଲା ଶ୍ରମିକ ମାନଙ୍କ ପକ୍ଷରୁ ବୋଲି ଅଭିଯୋଗ ହେଉଛି।
ଅପରପକ୍ଷରେ ଶୁକ୍ରବାର ବିଳମ୍ବିତ ରାତିରେ ବଙ୍କର-ବି ଭିତରେ ଏକ ବିସ୍ଫୋରଣ ଘଟିଥିଲା। ଯାହା ଫଳରେ ନିକଟରେ କାମ କରୁଥିବା ୫ ଜଣ କର୍ମଚାରୀ ଆହତ ହୋଇଥିଲେ। ସମସ୍ତ ୫ ଜଣ ଆହତ ଶ୍ରମିକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ NTPC ହସ୍ପିଟାଲକୁ ପଠାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଆହତ ହୋଇଥିବା ୨ କର୍ମଚାରୀଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ପଠାଯାଇଥିଲା।
ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ଘଟଣାର କାରଣ ତଦନ୍ତ କରୁଛି ବୋଲି ଏନଟିପିସିର ଡେପୁଟି ମ୍ୟାନେଜର କୌଶଲ ଉପାଧ୍ୟାୟ ସୂଚନା ଦେଇଛନ୍ତି ।