ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ବୋଲି ଆକଳନ କରାଯାଇଛି।
ପୂର୍ବ ରିପୋର୍ଟ ଅନୁଯାୟୀ, ପୂର୍ବ ତାଇୱାନର ହୁଆଲିଏନ ଜିଲାର ଶୋଫେଙ୍ଗ ଟାଉନସିପରେ ୯ ମିନିଟ ମଧ୍ୟରେ ପାଞ୍ଚଟି ଭୂକମ୍ପ ଅନୁଭୂତ ହୋଇଥିଲା। (ସ୍ଥାନୀୟ ସମୟ) ଅପରାହ୍ନ ୫:୦୮ରୁ ୫:୧୭ ମଧ୍ୟରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପରେ ୨ଟି କୋଠା ଭୁଶୁଡି ପଡ଼ିଥିବା ଜଣାପଡିଛି। ଦୁଇ ସପ୍ତାହ ପୂର୍ବେ ରିକ୍ଟର ସ୍କେଲରେ ୭.୪ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ତାଇୱାନର ପୂର୍ବ ଉପକୂଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Share