ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ, ସେମିଫାଇନାଲ ଦୌଡରୁ ବାଦ ପଡ଼ିଲା ଚମ୍ପିୟନ ଟିମ୍!

ବେଙ୍ଗାଲୁରୁ,୨୬/୧୦: ଶ୍ରୀଲଙ୍କା ଟିମ୍ ଆଇସିସି ବିଶ୍ୱକପରେ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ବେଙ୍ଗାଳୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମୁକାବିଲାରେ ଶ୍ରୀଲଙ୍କା ଟିମ୍ ଇଂଲଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟ ପାଇଁ ଇଂଲଣ୍ଡ ମାତ୍ର ୧୫୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହାକୁ ଶ୍ରୀଲଙ୍କା ୧୪୬ ବଲ ବାକି ଥାଇ ହାସଲ କରିନେଇଥିଲା।

ଶ୍ରୀଲଙ୍କା ପାଇଁ ପାଥୁମ ନିଶଙ୍କା ଏବଂ ସାଦୀରା ସମରବିକ୍ରମ ଦାୟିତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ନିଶଙ୍କା ୮୩ ବଲ ଖେଳି ୭୭ ରନ୍ ସ୍କୋର କରିଥିଲେ, ଯେଉଁଥିରେ ସାତ ଚୌକା ଏବଂ ଦୁଇ ଛକା ସାମିଲ ଥିଲା। ଅନ୍ୟପଟେ ସମରବିକ୍ରମ ସାତ ଚୌକା ଏବଂ ଗୋଟିଏ ଛକା ସାହାଯ୍ୟରେ ୬୫ ରନ୍ ସ୍କୋର କରିଥିଲେ। ଉଭୟେ ତୃତୀୟ ଉଇକେଟରେ ୧୩୭ ରନର ପାର୍ଟନରସିପ କରିଥିଲେ।

ଶ୍ରୀଲଙ୍କା ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ୫ ମ୍ୟାଚ ଖେଳି ଦୁଇଟିରେ ବିଜୟ ହାସଲ କରିଛି। ଇଂଲଣ୍ଡ ଉପରେ ବିଜୟ ସହିତ ଶ୍ରୀଲଙ୍କା ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି। ଯେତେବେଳେ ପୂର୍ବତ୍ତନ ଚାମ୍ପିୟନ ଟିମ୍ଇଂଲଣ୍ଡ ପାଞ୍ଚ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି। ଯଦି ଇଂଲଣ୍ଡ ଏହାର ବାକି ୪ ମ୍ୟାଚରେ ବିଜୟ ହାସଲ ଜିତେ ତେବେ ଏହାର ପଏଣ୍ଟ ୧୦ ହେବ। ଏଭଳି ସ୍ଥିତିରେ ଟିମ୍ ବିଶ୍ୱକପ ସେମିଫାଇନାଲ ଦୌଡରୁ ପ୍ରାୟତଃ ବାଦ ପଡିବ। ବର୍ତ୍ତମାନ ଇଂଲଣ୍ଡ ଟିମ୍ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି।

Share