କାବୁଲରେ ବଡ଼ ଧରଣର ବିସ୍ଫୋରଣ

କାବୁଲ,୩।୧୦: ଆଫଗାନିସ୍ତାନର କାବୁଲର ଇଦଗାହ ମସଜିଦ ନିକଟରେ ରବିବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଘଟିଥିବା ମସଜିଦରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ତାଲିବାନ ମୁଖପାତ୍ର ଜବିବୁଉଲ୍ଲା ମୁଜାହିଦ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ମୁଜାହିଦଙ୍କ ମା’ଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏପର୍ଯ୍ୟନ୍ତ କେହି ଏହି ଘଟଣାର ଦାୟୀ ବୋଲି ଦାବି କରିନାହାଁନ୍ତି। ତେବେ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭରୁ ଏହି ସଂଗଠନ ଇସଲାମିକ ଷ୍ଟେଟ-ଖୋରାସାନ (ଆଇଏସ-କେ) କ୍ରମାଗତ ଭାବରେ କାବୁଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ଟାର୍ଗେଟ କରିଆସୁଛି। ମସଜିଦ ନିକଟରେ ଥିବା ଜଣେ ଦୋକାନୀ କହିଛନ୍ତି ଯେ, ବିସ୍ଫୋରଣ ପରେ ସେ ଗୁଳି ବିନିମୟ ମଧ୍ୟ ଶୁଣିଥିଲେ। ଏହା ପରେ ତାଲିବାନ ସୁରକ୍ଷାକର୍ମୀ ମସଜିଦ ଚାରିପାଖରେ ରାସ୍ତା ବନ୍ଦ କରି ଦେଇଥିଲେ।

Share