ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ୭୮ରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ

ବେରୁଟ, ୫।୮: ଲେବାନନ୍‌ର ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ହଜାରରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ହସନ ଦିଆବ ବୁଧବାରକୁ ରାଷ୍ଟ୍ରୀୟ ଶୋକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏକ ଗୋଦାମରେ ବିସ୍ଫୋରଣ ହେବାରୁ ଏଭଳି ଘଟିଥିବା କୁହାଯାଉଛି। ଗୋଦାମରେ ଥିବା ୨୭୫୦ ଟନ୍‌ ଏମୋନିୟମ୍‌ ନାଇଟ୍ରେଟ୍‌ରେ ବିସ୍ଫୋରଣ ଘଟିବାରୁ ଏଭପରି ସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ୨୪୦ କିମି ପର୍ଯ୍ୟନ୍ତ ଥରି ଉଠିଥିବା କୁହାଯାଉଛି। ଏମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମରେ ୬ ବର୍ଷ ଧରି ପଡ଼ି ରହିଥିଲା। ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଦେଶରେ ୨ ସପ୍ତାହ ଲାଗି ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି।

Share