Posted inଫୁରସତ

ପ୍ରତି ୨୭୦ ଲକ୍ଷ ବର୍ଷରେ ମହାବିନାଶ

ନ୍ୟୁୟର୍କ: ମରଣଶୀଳ ପୃଥିବୀର କଠୋର ବାସ୍ତବତା ହେଉଛି ମୃତ୍ୟୁ। ଏହି ନିୟମରେ ବନ୍ଧା ସମଗ୍ର ଜୀବଜଗତ। ହେଲେ ଏପରି ବି ସମୟ ଆସେ, ଯେତେବେଳେ ପୃଥିବୀ ପୃଷ୍ଠର ସିଂହଭାଗ ଜୀବନ ଶେଷ ହୋଇଯାଏ। ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମହାବିନାଶ (ମାସ୍‌ ଏକ୍ସଟିନ୍‌କ୍ସନ)ର ଏଭଳି ପ୍ରକ୍ରିୟା ସଂଘଟିତ ହୋଇଆସୁଛି। ଏହାର ସମ୍ପର୍କ ବିଶାଳକାୟ ଆଗ୍ନେୟଗିରି ଉଦ୍‌ଗୀରଣ ଏବଂ ଉଲ୍‌କାପିଣ୍ଡ ଧକ୍କା ସହ ରହିଛି। ସବୁଜଗ୍ରହରେ ବସବାସ କରୁଥିବା ଉଭୟଚର, ସରୀସୃପ, ସ୍ତନ୍ୟପାୟୀ, ପକ୍ଷୀ ସମେତ ସମସ୍ତ ପ୍ରଜାତିର ଜୀବଜନ୍ତୁ ୨୭୦ ଲକ୍ଷ ବର୍ଷରେ ଥରେ ହେଉଥିବା ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ହର୍ଟିକଲ୍‌ଚର ବାୟୋଲୋଜି ଜର୍ନାଲରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।

ମହାବିନାଶ ସମ୍ପର୍କରେ ଅଧ୍ୟୟନ କରୁଥିବା ନ୍ୟୁୟର୍କ ୟୁନିଭର୍ସିଟିର ଜୀବବିଜ୍ଞାନ ବିଭାଗର ପ୍ରଫେସର ମାଇକେଲ ରିମ୍ପିନୋଙ୍କ କହିବା କଥା, ଗ୍ରହ, ନକ୍ଷତ୍ର, ଗ୍ରହଣୁପୁଞ୍ଜ, ଉଲ୍‌କାପିଣ୍ଡଙ୍କ ସମାହାର ମହାଶୂନ୍ୟ। ଅନେକ ସମୟରେ ପୃଥିବୀ ପୃଷ୍ଠରେ ବିଶାଳକାୟ ପିଣ୍ଡ ଧକ୍କା ହୋଇଥାଏ। ମହାକାଶର ଗତିବିଧିରେ ପରିବର୍ତ୍ତନ ଏହାର କାରଣ। ସେହିପରି ପୃଥିବୀ ଆଭ୍ୟନ୍ତରରେ ଘୂର୍ଣ୍ଣାୟମାନ ପ୍ଲେଟ୍‌ ପରସ୍ପର ମଧ୍ୟରେ ପିଟିହେଲେ ଆଗ୍ନେୟ ଉଦ୍‌ଗୀରଣ ହୋଇଥାଏ। ତେବେ ପ୍ରତି ୨୭୦ ଲକ୍ଷ ବର୍ଷ ଅନ୍ତରାଳରେ ମହାପ୍ରଳୟ ଆସୁଛି। ଆକାଶଗଙ୍ଗା ଗ୍ୟାଲେକ୍ସି ସହ ଏହି ପ୍ରଳୟ ସମାନ୍ତରାଳ ଭାବେ ଗତି କରୁଥିବା ପ୍ରତୀୟମାନ ହେଉଛି।

୬୬୦ ଲକ୍ଷ ବର୍ଷ ମଧ୍ୟରେ ଉଭୟ ସ୍ଥଳଚର ଏବଂ ଜଳଚର ଜୀବଙ୍କ ୭୦% ପ୍ରଜାତି ବିଲୁପ୍ତ ହୋଇଗଲାଣି। ଏଥିରେ ବିଶାଳକାୟ ଡାଇନୋସୋର ମଧ୍ୟ ସାମିଲ। ଅଧିକାଂଶ ସମୟରେ ଧୂମକେତୁ କିମ୍ବା କ୍ଷୁଦ୍ରଗ୍ରହ ଧକ୍କା ହେବା ଫଳରେ ଜୀବଗୋଷ୍ଠୀ ସାମୂହିକ ବିଲୟର ଶିକାର ହୋଇଥାନ୍ତି। ପୂର୍ବରୁ ଏଭଳି ହୋଇସାରିଛି, ଯେଉଁଥିରେ ଥରକରେ ୯୦ପ୍ରତିଶତ ପ୍ରଜାତି ଧ୍ୱଂସ ହୋଇଯାଇଥିଲେ। ପୃଥିବୀରେ ଅଦ୍ୟାବଧି ହୋଇଥିବା ମହାପ୍ରଳୟର ଅଧ୍ୟୟନରୁ ଏ ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ମହାସାଗରରେ ରହୁଥିବା ହଜାର ହଜାର ପ୍ରଜାତିର ଜୀବଙ୍କ ଅନ୍ତ ମହାବିନାଶ କାରଣରୁ ହୋଇଛି। ଏହା ପରବର୍ତ୍ତୀ ସମୟରେ ଜୀବନଚକ୍ର ପ୍ରଭାବିତ ହୁଏ। ତଦନୁଯାୟୀ ପ୍ରାଣୀମାନେ ଜଳବାୟୁ ସହିତ ଖାପଖୁଆଇ ଥାଆନ୍ତି।
ଅନ୍ୟ ଏକ ତଥ୍ୟ ଅନୁଯାୟୀ, ପ୍ରତି ୨୬୦ରୁ ୩୦୦ ବର୍ଷ ମଧ୍ୟରେ ଧୂମକେତୁ ବର୍ଷା ହୋଇଥାଏ। ଏହା ପୃଥିବୀ ପୃଷ୍ଠରେ ଖଣ୍ଡପ୍ରଳୟ ଆଣେ। ଯେମିତି ପୃଥିବୀ ସୂର୍ଯ୍ୟ ଚାରିପଟେ ପରିକ୍ରମା କରିଥାଏ, ଠିକ୍‌ ସେହିପରି ସୌରମଣ୍ଡଳ ଗ୍ୟାଲେକ୍ସି ଚାରିପଟେ ୩ କୋଟି ବର୍ଷରେ ଚକ୍କର ଲଗାଇଥାଏ। ଏହି ଦୀର୍ଘ ସମୟ ଭିତରେ ସୌରମଣ୍ଡଳୀୟ ଗତିବିଧିର ପ୍ରଭାବ ପୃଥିବୀ ଉପରେ ପଡ଼ିବା ସ୍ବାଭାବିକ। କେବଳ ଏତିକି ନୁହେଁ, ଏହାର ପ୍ରଭାବରେ ଅନ୍ଧାର ଘନତ୍ୱ ବଢ଼ିବା, ଅତ୍ୟଧିକ ଥଣ୍ଡା ଅନୁଭୂତ ହେବା, ବନାଗ୍ନି, ଅମ୍ଳବର୍ଷା, ଓଜନ କ୍ଷୟ ଭଳି ଅନେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ଗତ ୨୫ କୋଟି ବର୍ଷ ମଧ୍ୟରେ ଏଭଳି ୩ ଥର ଘଟିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ହୁଏତ ଏଭଳି ଆହୁରି ଅନେକ ଥର ଘଟିଥାଇପାରେ। ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ନ ଥିବା ପ୍ରଫେସର ମାଇକେଲ ରିମ୍ପିନୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri