ପାକିସ୍ତାନରେ ମାସୁଦ୍‌ ଆଝାର, ୨ଟି ଲୁଚିବାସ୍ଥଳର ପର୍ଦ୍ଦାଫାଶ୍‌…

ଇସଲାମାବାଦ୍‌,୨।୮: ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ସୁରକ୍ଷିତ ଭାବେ ଲୁଚି ବସିଛନ୍ତି। ତାଙ୍କର ୨ଟି ଲୁଚିବାସ୍ଥଳର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ତାଙ୍କ ଲୁଚିବାସ୍ଥଳରେ ପାକିସ୍ତାନୀ ସୈନ୍ୟଙ୍କ କଡ଼ା ପହରା ରହିଛି। ପାକିସ୍ତାନର ପୋଶ କ୍ଷେତ୍ରର ବାହାୱାଲପୁର ସହରରେ ଥିବା ହାଇକୋର୍ଟ ଠାରୁ ଏକ କିଲୋମିଟର ଦୂରେ ଭିଆଇପିଙ୍କ ରହିବା ଅଞ୍ଚଳରେ ଆଝାର୍‌ଙ୍କର ଗୋଟିଏ ଲୁଚିବା ସ୍ଥାନ ରହିଛି। ଏହା ନିକଟରେ ଜାମିଆ ମସଜିଦ୍‌ ରହିଛି। ସେହିପରି ଅନ୍ୟ ସ୍ଥାନଟି ପ୍ରଥମସ୍ଥାନଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଓସମାନ୍‌-ଓ-ଅଲ୍ଲୀ ମସଜିଦ୍‌ ନିକଟରେ ନ୍ୟାଶନାଲ ଅର୍ଥୋପେଡ଼ିକ୍‌ ଆଣ୍ଡ୍‌ ଜେନେରାଲ ହସ୍ପିଟାଲଠାରେ ରହିଛି। ୨୦୦୧ ସଂସଦ ଆକ୍ରମଣ ଏବଂ ୨୦୧୯ ପୁଲଓ୍ବାମା ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ଆଝାର ଥିଲେ। ପାକିସ୍ତାନ ଅଝାରଙ୍କ ଭଳି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହିତ ତାଙ୍କ ସୁରକ୍ଷା ପାଇଁ ବୁଲେଟ-ପ୍ରୁଫ ବ୍ୟବସ୍ଥା  କରିଛି। ଆଝାରଙ୍କ ଲୁଚିଥିବା ସ୍ଥାନ ଆଖପାଖରେ ମସଜିଦ ଏବଂ ଡାକ୍ତରଖାନା ଥିବାରୁ ତାଙ୍କ ବିରୋଧରେ ଅପରେଶନ କରିବା କଷ୍ଟକର ହେଉଛି। । ଜାଣିଶୁଣି ଆଝାରଙ୍କ ଲୁଚିବା ସ୍ଥାନକୁ ଜନବହୁଳ ଅଞ୍ଚଳରେ ସ୍ଥାପନା କରାଯାଇଥିବା କୁହାଯାଉଛି।

Share