Categories: ଜାତୀୟ

କାରରେ ଏକା ଥିଲେ ମାସ୍କ ପିନ୍ଧିବା ଦରକାର ନାହିଁ

ନୂଆଦିଲ୍ଲୀ,୪।୨: ରାଜଧାନୀରେ ଏକା କାର ଚଳାଉଥିବା ଲୋକଙ୍କୁ ଆଉ ମାସ୍କ ପିନ୍ଧିବା ଦରକାର ନାହିଁ। ଏ ନେଇ ଜାତୀୟ ରାଜଧାନୀର ବିପର୍ଯ୍ୟୟ ନିୟନ୍ତ୍ରଣ ଅଧିକାରୀ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି।

“କାର ଚଳାଉଥିବା ବେଳେ ମାସ୍କ ପିନ୍ଧିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଥିଲେ। କାହଁିକି ଏହାକୁ ଏପର୍ଯ୍ୟନ୍ତ ହଟା ଯାଇନାହିଁ? ଏହ ବାସ୍ତବରେ ଅବୈଧ ଅଟେ। ତୁମେ ତୁମ କାରରେ ଏକା ବସିଲା ବେଳେ ମାସ୍କ ପିନ୍ଧିବା ଦରକାର କି?” ବୋଲି ଖଣ୍ଡପୀଠ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ଦିଲ୍ଲୀରେ ଜଣେ ବ୍ୟକ୍ତି ଗାଡ଼ି ଚଳାଉଥିବା ବେଳେ ମାସ୍କ ନ ପିନ୍ଧିଥିବାରୁ ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣି ଦେଇଥିଲେ। ଉଲ୍ଲ୍ଲଖଯୋଗ୍ୟ, ଦିଲ୍ଲୀ ବିପର୍ଯ୍ୟୟ ମ୍ୟାନେଜମେଣ୍ଟ ଅଧିକାରୀ (ଡିଡିଏମ୍‌ଏ) ନିର୍ଦ୍ଦେଶ ପାସ୍‌ କଲା ବେଳେ କୋଭିଡ୍‌ ପରିସ୍ଥିତି ଭିନ୍ନ ଥିଲା।

 

Share