Categories: ଜାତୀୟ

ଏଣିକି ବିମାନ ଯାତ୍ରାବେଳେ ଆବଶ୍ୟକ ପଡିବନି ମାସ୍କ

ନୂଆଦିଲ୍ଲୀ,୧୬।୧୧: ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯାତ୍ରୀମାନେ ଏହାକୁ ପ୍ରାଥମିକତା ଭାବରେ ବ୍ୟବହାର କରିବା ଉଚିତ୍‌। ବୁଧବାର ସରକାର ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଙ୍କଟ ବେଳେ ବିମାନ ଯାତ୍ରା ସମୟରେ ମାସ୍କଗୁଡିକ ବାଧ୍ୟତାମୂଳକ କରାଯାଇଥିଲା। ବର୍ତ୍ତମାନ ବିମାନ ଯାତ୍ରୀଙ୍କ ପାଇଁ ସରକାର ଏହାର ଆବଶ୍ୟକତା ଉପରେ ରୋକ ଲଗାଇଛନ୍ତି। ତେବେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ, ବିମାନ ଯାତ୍ରୀମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ମାସ୍କ ବ୍ୟବହାର କରିବା ଉଚିତ୍‌।

Share