Categories: ଜାତୀୟ

ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ

ଥିରୁଭାନ୍ତପୁରମ୍‌,୧୬।୧: କେରଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସରକାର ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ସର୍ବସାଧାରଣ ସ୍ଥାନ, କାର୍ଯ୍ୟାଳୟ ଏବଂ ସମାବେଶରେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ଏହା ବ୍ୟତୀତ ବିଭିନ୍ନ ଦୋକାନ, ପ୍ରେକ୍ଷାଳୟ ଏବଂ ଇଭେଣ୍ଟସ୍‌ରେ ମଧ୍ୟ ସାନିଟାଇଜର ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶାବଳୀ ଆସନ୍ତା ୩୦ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ବଳବତ୍ତର ରହିବ।

Share