Categories: ଜାତୀୟ

କର୍ନାଟକରେ ମାସ୍କ ବାଧ୍ୟତାମୂଳକ

ବେଙ୍ଗାଲୁରୁ, ୨୭।୧୨: ଦେଶରେ ଗୋଟିଏ ପରେ ଗୋଟିଏ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କର୍ନାଟକ ସରକାର ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ସୋମବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେ. ସୁଧାକର କୋଭିଡ୍‌-୧୯ର ନୂଆ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ବିଶେଷକରି ରେଷ୍ଟୁରାଣ୍ଟ, ସ୍କୁଲ୍‌ ପବ୍‌, ଥିଏଟରରେ ଏବଂ କଲେଜ୍‌ରେ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟପକ୍ଷେ ରାଜ୍ୟରେ ନୂଆବର୍ଷ ସେଲିବ୍ରେଶନ୍‌ ପାଇଁ ରାତି ୧ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ମାମଲା ବଢ଼ିବା ପୂର୍ବରୁ ପଦକ୍ଷେପ ନେବା ଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ସୁଧାକର କହିଛନ୍ତି। ସେହିପରି ଗର୍ଭବତୀ ମହିଳା, ବୟସ୍କ ଲୋକେ ଏବଂ ଛୋଟ ପିଲା ଗହଳିଠାରୁ ଦୂରରେ ରହିବା ଆବଶ୍ୟକ।
ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୨ ବିଦେଶ ଫେରନ୍ତା କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଯୁବକ ଚାଇନାରୁ ଫେରିଥିବା ଜଣାପଡ଼ିଛି। ଅନ୍ୟ ୧୧ ଜଣଙ୍କ ମଧ୍ୟରୁ ୪ ଜଣ ଘରୋଇ ହସ୍ପିଟାଲରେ ସଙ୍ଗରୋଧରେ ଥିବାବେଳେ ଅନ୍ୟମାନେ ହୋମ୍‌ ଆଇସୋଲେଶନ୍‌ରେ ଅଛନ୍ତି।

Share