ମାସ୍କ ବ୍ୟବହାର କମୁଛି: ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ/ଜାମନଗର, ୧୧।୧୨: ମହାରାଷ୍ଟ୍ରରେ ଶୁକ୍ରବାର ଆଉ ୭ ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗୁଜରାଟରେ ପୂର୍ବରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରବାସୀ ଭାରତୀୟଙ୍କ ସ୍ତ୍ରୀ ଓ ଶାଳକ ମଧ୍ୟ ଉକ୍ତ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ିଛି। ଫଳରେ ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଚିହ୍ନଟ ୭ ନୂଆ ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ରହିଛି। ସେହିପରି ମୁମ୍ବାଇର ଧରାବୀ ଅଞ୍ଚଳରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉକ୍ତ ୪୯ ବର୍ଷୀୟ ବ୍ୟକ୍ତି ଜଣକ ତାଞ୍ଜାନିଆରୁ ଗତ ୪ ତାରିଖରେ ଫେରିଥିଲେ। ସେ କୋଭିଡ୍‌ ଟିକା ନେଇ ନ ଥିବା ଜଣାପଡ଼ିଛି। ଗୁଜରାଟରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଥିବାବେଳେ ମହାରାଷ୍ଟ୍ରରେ ୧୭ ହୋଇଛି। ତେବେ କୌଣସି ରୋଗୀଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଇ ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୋଟ ଓମିକ୍ରନ୍‌ ସଂକ୍ରମଣର ୦.୦୪ ପ୍ରତିଶତରୁ କମ୍‌ ଭାରତରେ ଦେଖାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ଡିସେମ୍ବର ୧ରୁ ଇତିମଧ୍ୟରେ ୯୩ ଅନ୍ତର୍ଜାତୀୟ ବିମାନ ଯାତ୍ରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୩ ଜଣ ଓମିକ୍ରନ୍‌ ସଂକ୍ରମିତ ଦେଶର। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ ୫୯ ଦେଶକୁ ବ୍ୟାପିଲାଣି ଓ ମୋଟ ମାମଲା ସଂଖ୍ୟା ୨,୯୩୬ରେ ପହଞ୍ଚତ୍ଛି। ଏହା ବ୍ୟତୀତ ଅନ୍ୟ ୭୮,୦୫୪ ସନ୍ଦିଗ୍ଧ ମାମଲାର ଜିନୋମ ସିକ୍ୱେନ୍ସିଂ ଚାଲିଛି। ନୂଆ ଭାରିଆଣ୍ଟ ସହ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାବେଳେ ମାସ୍କ ବ୍ୟବହାର କମୁଥିବା ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ମାସ୍କ ବ୍ୟବହାର ହ୍ରାସକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍‌ବେଗ ପ୍ରକାଶ କରିଛି। ଏବେ ବି ସଂକ୍ରମଣ ବିପଦ ରହିଛି। ଏଭଳି ସମୟରେ ଟିକା ଓ ମାସ୍କ ଉଭୟ ଗୁରୁତ୍ୱପୂର୍ଣ୍ଣ ବୋଲି ନୀତି ଆୟୋଗର ସ୍ବାସ୍ଥ୍ୟ ସଚିବ ଡ. ଭି.କେ. ପଲ୍‌ କହିଛନ୍ତି। ଓମିକ୍ରନ୍‌ ପାଇଁ ଚିକିତ୍ସା ପ୍ରୋଟୋକଲ୍‌ କୋଭିଡ୍‌ ଭଳି ସମାନ ରହିଛି। ମହାମାରୀକୁ ଭୁଲିଯାଇ ଲୋକେ ଉତ୍ସବ ଆୟୋଜନ କରୁଛନ୍ତି। ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ବହୁସଂଖ୍ୟାରେ ଜନ ସମାଗମ ହେଉଛି। ଏଭଳି ଉତ୍ସବଗୁଡ଼ିକରେ ଶତ ପ୍ରତିଶତ କୋଭିଡ୍‌ ନିରାପତ୍ତା ନିୟମ ପାଳନ ଲାଗି ଅନୁରୋଧ କରାଯାଉଛି ବୋଲି ଲବ ଅଗ୍ରଓ୍ବାଲ କହିଛନ୍ତି। ଦ୍ୱିତୀୟ ଲହର ଆସିବା ପୂର୍ବରୁ ଲୋକମାନେ ଏଭଳି ଖାମଖିଆଲି ମନୋଭାବ ଦେଖାଇଥିଲେ ବୋଲି ନୀତି ଆୟୋଗ ସଦସ୍ୟ କହିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ପଜିଟିଭିଟି ହାର ଗତ ସପ୍ତାହରେ ୦.୭୩ ରହିଥିଲା। ଗତ ୧୪ ଦିନରେ ୧୦,୦୦୦ରୁ କମ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେରଳ ଓ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସର୍ବାଧିକ ରହିଛି। ଏବେ ଦିନକୁ ୮୦ ଲକ୍ଷ ପର୍ଯ୍ୟନ୍ତ କୋଭିଡ୍‌ ଟିକା ଡୋଜ୍‌ ଦିଆଯାଉଛି। ସମସ୍ତ ସାବାଳକ ଟିକା ନେବା ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri