ମଶାଣି ମଣିଷ ମନିଆ

ଜଳେଶ୍ୱର, ୧୦ା୫(ଡି.ଏନ୍‌.ଏ)-ଜୀବଦ୍ଦଶାରେ ନିଜର କର୍ତ୍ତବ୍ୟ ସମ୍ପାଦନ ପରେ ମୁକ୍ତି ଯାତ୍ରା ଅନିବାର୍ଯ୍ୟ। ଏହି ମୁକ୍ତି ଯାତ୍ରାର ପ୍ରଥମ ବାହକ ହୁଅନ୍ତି ନିଜର ରକ୍ତ ସମ୍ପର୍କୀୟ କିମ୍ବା ଆମତ୍ୀୟସ୍ବଜନ। ଏ ପ୍ରଥା ଅନାଦି କାଳରୁ ସମାଜରେ ଚଳିଆସୁଛି ା କିନ୍ତୁ ଏପରି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯିଏ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଯେକୌଣସି ବ୍ୟକ୍ତିଙ୍କ ମୁକ୍ତିଯାତ୍ରାରେ ଯୋଗ ଦିଅନ୍ତି ଶବ ବାହକ ଭାବେ ା
ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପରିଷଦର ୧୨ନଂ. ୱାର୍ଡ ଧାରାଷ୍ଟ୍ରକ ମୌଜାରେ ୪୯ବର୍ଷ ବୟସ୍କ ଜୟନାରାୟଣ କୁଣ୍ଡୁଙ୍କ ଘର। ମନିଆ ବୋଲି ତାଙ୍କୁ ସମସ୍ତେ ଡାକନ୍ତି। ଜଳେଶ୍ୱର ଅଞ୍ଚଳରେ ଯେ କେହି ବ୍ୟକ୍ତିଙ୍କ ମୁକ୍ତିଯାତ୍ରା ହେଲେ ଆଗ ଖୋଜା ପଡେ ମନିଆଙ୍କୁ। ସାଧାସିଧା ମଣିଷଟିଏ। ନୀତି ନିୟମ ଅନୁଯାୟୀ ୬ ଖଣ୍ଡ କାଠରେ କୋକେଇ ବାନ୍ଧିବା ଓ କଳା ତୁଳସୀକୁ ଧରି ଶବକୁ କାନ୍ଧଦେବା ତାଙ୍କ ପାଇଁ ସାଧାରଣ ଘଟଣା। ୨୫ ବର୍ଷ ବୟସରେ ସେ ପ୍ରଥମେ ଶବ ବାହକ ହୋଇ ମଶାଣିକୁ ଯାଇଥିଲେ ା ଆଉ ପ୍ରଥମ ସେହି ଚିତାଗ୍ନି ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ା ସହର ହେଉ ବା ଗ୍ରାମାଞ୍ଚଳ ହେଉ କାହାର ମୃତ୍ୟୁ ଖବର ପାଇଲେ ସମସ୍ତ କାମଛାଡି ସେ ପହଞ୍ଚିଯାନ୍ତି ମୃତକଙ୍କ ଘରେ ା ଏଥିରେ ତାଙ୍କୁ ମିଳିଥାଏ ଆତ୍ମସନ୍ତୋଷ ବୋଲି ସେ କୁହନ୍ତି। ତେଣୁ ଲୋକେ ତାଙ୍କୁ କେହି ଶବ ବାହକ, କେହି ମଶାଣି ମଣିଷ ବା କେହି ଶବ ସାଥି ବୋଲି କହିଥାନ୍ତି ା ସେ ଏ ପର୍ଯ୍ୟନ୍ତ ଶହେରୁ ଊର୍ଦ୍ଧ୍ୱ ଶବ ସକତ୍ାର କରିଥିବା କୁହନ୍ତି। ଏପରି ମହନୀୟ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ା ନିକଟରେ ଜଳେଶ୍ୱର ନୂଆବଜାର ଅଞ୍ଚଳର ସଞ୍ଜୟ ପ୍ରଧାନ, ରାକେଶ ବାରିକଙ୍କ ନେତୃତ୍ୱରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri