ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ମଡେଲ ଘରୋଇ ବଜାରରେ ଭଲ କାରବାର କରୁଥିବାବେଳେ ବିଭିନ୍ନ କାରଣ ଓ କଞ୍ଚାମାଲର ଅଭାବ ଏବଂ ଦରବୃଦ୍ଧିରୁ ମିକୁଳିବା ପାଇଁ କମ୍ପାନୀ ୨୦୨୪ ଜାନୁୟାରୀ ପହିଲା (୨୦୨୪ ଜାନୁୟାର୧) ରୁ ଦର ବଢ଼ାଇବା ସହ ନୂଆ ଦର ଲାଗୁ କରିବ ବୋଲି ଏମ୍‌ଏସ୍‌ଆଇଏଲ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଅପରପକ୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ପଞ୍ଜୀକୃତ ଏହି ଅଟୋମେକର (ଏମ୍‌ଏସ୍‌ଆଇଏଲ୍‌) ମୁଦ୍ରାସ୍ଫୀତି ଓ କମୋଡିଟି ପ୍ରାଇସ (ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି)ର ଉଚ୍ଚ ବୃଦ୍ଧି ଯୋଗୁ କମ୍ପାନୀ ନୂଆ ବର୍ଷରୁ ଦର ବଢ଼ାଇବା ସମ୍ପର୍କରେ ବିଏସଇକୁ ଅବଗତ କରାଇଛି। ଏପରିକି ୨୦୨୪ ଜାନୁୟାରୀ ୧ରୁ କମ୍ପାନୀ ନୂଆ ଦର ଲାଗୁ କରିବ ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ଡିଲରପଏଣ୍ଟଗୁଡିକୁ ମଧ୍ୟ ଆଗରୁ ସୂଚାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଜାନୁୟାରୀ ୧ରେ ଏମ୍‌ଏସଆଇଏଲ କମ୍ପାନୀ ପ୍ରମୁଖ ମଡେଲଗୁଡିକ ଉପରେ ୧.୧% ପର୍ଯ୍ୟନ୍ତ ଦର ବଢାଇଥିଲାବେଳେ ୨୦୨୪ ଜାନୁୟାରୀରେ କମ୍ପାନୀ ପୂର୍ବବର୍ଷ ଅପେକ୍ଷା ମୂଲ୍ୟ ବୃଦ୍ଧି ଅଧିକ କରିବ ବୋଲି ଆକଳନ କରାଯାଉଛି। ସେହିଭଳି ବର୍ଷ ୨୦୨୩ରେ କମ୍ପାନୀ ୨ ଥର ଦର ବଢାଇଥିଲାବେଳେ ଅନେକ ମଡେଲକୁ ବଜାର ପ୍ରବେଶ କରାଇଥିଲା। ଏପରିକି ବର୍ଷ ୨୦୨୩ ଏମଏସଆଇଏଲ ପାଇଁ ବେଶ ଭଲ ରହିଛି ବୋଲି କମ୍ପାନୀ ପକ୍ଷରୁ ମତପ୍ରକାଶ ପାଇଛି। ଅପରପକ୍ଷରେ ବର୍ଷ ୨୦୨୩ରେ କମ୍ପାନୀ ଘରୋଇ ବଜାରରେ ବେଶ୍‌ ଉତ୍ସାହଜନକ ପ୍ରଦର୍ଶନ କରିଥିଲାବେଳେ ରପ୍ତାନି କ୍ଷେତ୍ରରେ ମଧ୍ୟ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ କରିଛି। ସୂଚନାଯୋଗ୍ୟ, ଏମ୍‌ଏସ୍‌ଆଇଏଲ୍‌ର (ଏକ୍ସ ଶୋ’ରୁମ୍‌ ମୂଲ୍ୟ ନୂଆଦିଲ୍ଲୀ) ଯଥା ୩.୫୪ ଲକ୍ଷ ମୂଲ୍ୟଠାରୁ ଆରମ୍ଭକରି ୨୮.୪୨ ଲକ୍ଷ ମଧ୍ୟରେ ଆସୁଥିବା ସମସ୍ତ ମଡେଲ ଉପରେ ନୂଆ ଦର ଲାଗୁ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri