ସଜେଇ ହୋଇଛି ଶହୀଦ ସ୍ମୃତିପୀଠ

ବାସୁଦେବପୁର,୨୮ା୯(ଡି.ଏନ.ଏ.): ରକ୍ତତୀର୍ଥ ଭାବେ ପରିଚିତ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଇରମରେ ବୁଧବାର ୮୦ତମ ଶହୀଦ ସ୍ମୃତି ଦିବସ ପାଳନ ହେବ। ଏଥିପାଇଁ ଏହି ଶହୀଦ ସ୍ମୃତିପୀଠ ସଜେଇ ହୋଇଛି। ଶହୀଦମାନଙ୍କ ତ୍ୟାଗ ଓ ବଳିଦାନର ଗାଥାକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଆସୁଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
୧୯୪୨ ସେପ୍ଟେମ୍ବର ୨୮ରେ ଇରମର ମେଳଣ ପଡ଼ିଆରେ ଇଂରେଜମାନଙ୍କ ଗୁଳିରେ ଶହୀଦ ହୋଇଥିଲେ ୨୯ଜଣ ସଂଗ୍ରାମୀ। ଏହି ଗୁଳିକାଣ୍ଡରେ ୫୬ରୁ ଊଦ୍ଧ୍ୱର୍ର୍ ଆହତ ହୋଇଥିଲେ। ଶହୀଦ ହୋଇଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ପରିବେୱା ଇରମ ଅଞ୍ଚଳର ତତ୍କାଳୀନ ସମୟରେ ପ୍ରଥମ ମହିଳା ଶହୀଦ ଥିଲେ। ଭାରତଛାଡ଼ ଆନ୍ଦୋଳନର ଏକମାତ୍ର ନାରୀ ଶହୀଦ ହୋଇ ସମଗ୍ର ଭାରତବର୍ଷକୁ ଗୌରବାନ୍ବିତ କରିଥିଲେ। ସେହିପରି ୧୨ ବର୍ଷର ବିଜୁଳି ଦାଶ ମଧ୍ୟ ସର୍ବକନିଷ୍ଠ ଶହୀଦ ଥିଲେ। ଶହୀଦ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ପଢ଼ୁଅଁା ଗ୍ରାମର ୧୭ଜଣ ସ୍ବାଧୀନତା ସଂଗ୍ରାମୀ ଥିଲେ। ଶହୀଦ ସଂଗ୍ରାମୀଙ୍କ ପରିବାରର ପରବର୍ତ୍ତୀ ପିଢ଼ି ଆର୍ଥିକ ଅନାଟନରେ ଜୀବନ ବିତାଉଥିବା ବେଳେ ସେମାନଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇନାହିଁ। ସ୍ବାଧୀନତା ସଂଗ୍ରାମ ଓ ଗୁଳିକାଣ୍ଡରେ ଅନ୍ୟ ଦୁଇଜଣ ଅନାଲୋଚିତ ସଂଗ୍ରାମୀ ମଣି ବେଜ ଓ କୁଶ ତରାଇ। ବାସୁଦେବପୁର ଥାନାରୁ ୧୯୪୨ ସେପ୍ଟେମ୍ବର ୨୮ରେ ବ୍ରିଟିଶ ଫୌଜ ଇରମ ମେଳଣ ପଡ଼ିଆ ଅଭିମୁଖେ ଯାଉଥିବା ବେଳେ ଚୁଡ଼ାମଣି ଘାଟଠାରେ ଗମେଈ ନଦୀ ପାରି କରିବାକୁ ଥିବା ନାଉରିଆ କୁଶ ସେମାନଙ୍କୁ ନଦୀ ପାର କରାଇ ଦେଇ ନ ଥିଲେ। ସେମାନେ ତାଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇଥିଲେ ମଧ୍ୟ ସେ ଡରି ନ ଥିଲେ। ଶେଷରେ ତାଙ୍କଠାରୁ ଡଙ୍ଗା ଛଡ଼ାଇ ନେଇ ବ୍ରିଟିଶ ଫୌଜ ନଦୀ ପାରି ହୋଇ ଇରମ ଅଭିମୁଖେ ଯାଇଥିଲେ। ଏହି ଖବର କୁଶ ପ୍ରଥମେ ସ୍ଥାନୀୟ ଲୋକଙ୍କୁ କହିବା ପରେ ବ୍ରିଟିଶ ଫୌଜକୁ ବିରୋଧ ଆରମ୍ଭ ହୋଇଥିଲା। ସେହିପରି ମଣି ବେଜ ନିଜର ସାହସ ପଣିଆ ଦେଖାଇ ବ୍ରିଟିଶ ଫୌଜଙ୍କ ପୋଷାକ ପତ୍ର ଛଡ଼ାଇ ଆଣି ସେଥିରେ ପରିଶ୍ରା କରି ଫିଙ୍ଗି ଦେଇଥିଲେ। ଏହି ଘଟଣା ବ୍ରିଟିଶ ଫୌଜକୁ ଅଧିକ ମର୍ମାହତ କରିଥିଲା। ଏହାର କିଛି ଘଣ୍ଟା ପରେ ସେମାନେ ଇରମ ଜମିଦାରଙ୍କ ଘରେ ପହଞ୍ଚିଥିଲେ। ସେତେବେଳକୁ ଇରମ ମେଳଣ ପଡ଼ିଆରେ ଶତାଧିକ ସଂଗ୍ରାମୀ ପହଞ୍ଚି ବ୍ରିଟିଶ ସରକାର ବିରୋଧରେ ସଭା କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ରିଟିଶ ଫୌଜ ଆଖିବୁଜା ଗୁଳି ଚାଳନା କରିଥିଲେ।
୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି ପବିତ୍ର ପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଥିଲେ। ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ପରେ ୨୦୧୭ରେ ପୀଠର ବିକାଶ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତାଙ୍କ ପାଣ୍ଠିରୁ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ସହ ପର୍ଯ୍ୟଟନ ବିଭାଗ ସହଯୋଗରେ ପୀଠର ଉନ୍ନତୀକରଣ କାର୍ଯ୍ୟ ଚାଲୁ ରହିଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ନିଜସ୍ବ ପାଣ୍ଠି ସହଯୋଗରେ ଚାଚେରି ଛକଠାରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ଆକର୍ଷଣୀୟ ସ୍ଥାୟୀ ଗେଟ୍‌ର ଭିତ୍ତିପ୍ରସ୍ତର ଚଳିତ ମାସ ସ୍ଥାପନ କରାଯାଇଛି। ପୀଠର ପୂର୍ଣ୍ଣ ବିକାଶ ହୋଇପାରିଲେ ଏହା ଶହୀଦଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଇରମର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ବିଶ୍ୱାଳ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri