ୟୁକ୍ରେନ୍‌ର ୪ ଅଞ୍ଚଳରେ ମାର୍ଶଲ ଲ

ମସ୍କୋ/କିଭ୍‌,୨୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଆଇନ ଭାବେ ଦଖଲ କରିଥିବା ୪ ୟୁକ୍ରେନୀୟ ଅଞ୍ଚଳରେ ବୁଧବାର ସ୍ଥାନୀୟ ଆଇନକୁ ଶେଷକରି ସାମରିକ ଶାସନ ଜାରି କରିଛନ୍ତି। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରୋଝିଆରେ ଗଣଭୋଟ କରାଯିବା ପରେ ନିକଟରେ ରୁଷିଆ ଏହି ୪ ଅଞ୍ଚଳକୁ ନିଜ ଦେଶ ସହ ମିଶ୍ରଣ ଘୋଷଣା କରିଥିଲା। ଜାତୀୟ ସୁରକ୍ଷା ପରିଷଦ ବୈଠକରେ ବୁଧବାର ପୁଟିନ୍‌ କହିଛନ୍ତି, ଏହି ୪ ଅଞ୍ଚଳର ଅଧିବାସୀମାନେ ରୁଷିଆର ବାସିନ୍ଦା ହୋଇସାରିଥିବାରୁ ଆଇନତଃ ସେମନେ ଆମ ସାର୍ବଭୌମତ୍ୱ ଅଧୀନରେ ରହିବେ। ମାର୍ଶଲ ଲ ଗୁରୁବାର ମଧ୍ୟରାତ୍ରିରୁ ଲାଗୁ କରାଇବା ନେଇ ସେ ଏକ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ଏଥିସହ ରୁଷିଆ ସରକାରଙ୍କ ବିଭିନ୍ନ ବିଭାଗକୁ ଏ ସମ୍ପର୍କିତ କାର୍ଯ୍ୟ ଯୋଜନାର ସବିଶେଷ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷେ ଦୀର୍ଘ ୮ ମାସ ଧରି ୟୁକ୍ରେନ୍‌ ଦଖଲର ଉଦ୍ୟମ ଭିତରେ ରୁଷିଆର ସଶସ୍ତ୍ର ବଳ ସାମରିକ ଦୃଷ୍ଟିରୁ ଦୁର୍ବଳ ହୋଇଯାଇଥିବା କୁହାଯାଉଛି। କାରଣ ୟୁକ୍ରେନ୍‌ ଉପରେ ପୂର୍ବରୁ ରୁଷିଆ ମିଶାଇଲ ମାଡ଼ କରୁଥିବାବେଳେ ଏବେ ଡ୍ରୋନ୍‌ରେ ଆକ୍ରମଣ କରୁଛି। ଏହି ଡ୍ରୋନ୍‌ଗୁଡ଼ିକ ଇରାନ ଦେଇଛି। ଆଗକୁ ମଧ୍ୟ ଇରାନ ରୁଷିଆକୁ ଡ୍ରୋନ୍‌ ଓ ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରିପାରୁଥିବା ମିଶାଇଲ ରପ୍ତାନି କରିବ ବୋଲି କହିଛି। ଅକ୍ଟୋବର ୬ରେ ଇରାନର ଫାଷ୍ଟ ଭାଇସ୍‌ ପ୍ରେସିଡେଣ୍ଟ ମହମ୍ମଦ ମୋଖବେର, ଶକ୍ତିଶାଳୀ ରିଭୋଲ୍ୟୁଶନାରି ଗାର୍ଡସର ଦୁଇ ଓ ସୁପ୍ରିମ ନ୍ୟାଶନାଲ ସିକ୍ୟୁରିଟି କାଉନ୍‌ସିଲର ଜଣେ ଅଧିକାରୀ ମସ୍କୋ ଗସ୍ତ କରିଥିଲେ।

ଏହି ଗସ୍ତବେଳେ ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଆଲୋଚନା ହୋଇଥିଲା। ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ ସପକ୍ଷରେ ବାହାରିଥିବାରୁ ସେଗୁଡ଼ିକର ଉଦ୍ୟମକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇରାନ ରୁଷିଆକୁ ଶହୀଦ-୧୩୬ ଏବଂ କାମିକାଜି ଡ୍ରୋନ୍‌ ସମେତ ଫତେହ-୧୧୦ ଓ ଜୋଲଫାଘର ଭଳି ଅନ୍ୟ କେତେକ କ୍ଷେପଣାସ୍ତ୍ର ଯୋଗାଇବାକୁ ରାଜି ହୋଇଛି। ଗତ ସପ୍ତାହ ମଧ୍ୟରେ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ପାଇଁ ବ୍ୟବହୃତ ଡ୍ରୋନ୍‌ଗୁଡ଼ିକୁ ଇରାନ ଯୋଗାଇଦେଇଥିବାବେଳେ ଆଗକୁ ମଧ୍ୟ ଏଭଳି ସାମରିକ ଯୋଗାଣ ଜାରି ରଖିବା ନେଇ ଆମେରିକା ଗୋଇନ୍ଦା ସୂଚନା ପାଇଛି। ଏଥିଯୋଗୁ ଆମେରିକା ସମେତ ୟୁରୋପୀୟ ସଂଘ (ଇୟୁ) ଇରାନ ଉପରେ କଟକଣା ଜାରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri