ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ ପ୍ରାୟ ୪୫ ଦିନ ପରେ ରାଶି ପରିବର୍ତ୍ତନ କରନ୍ତି। ତେଣୁ ତାଙ୍କର ପ୍ରତ୍ୟେକ ଗୋଚରକୁ ଜ୍ୟୋତିଷ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ।
ସେପ୍ଟେମ୍ବର ୧୮, ୨୦୨୬ରେ ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବେ ଏବଂ ନଭେମ୍ବର ୧୨ ପର୍ଯ୍ୟନ୍ତ ଏହି ରାଶିରେ ରହିବେ ବୋଲି କୁହାଯାଉଛି। ବିଶେଷ କଥା ହେଉଛି, କର୍କଟ ରାଶିରେ ମଙ୍ଗଳଙ୍କୁ ନୀଚସ୍ଥ ବୋଲି ବିବେଚନା କରାଯାଏ।
ଜ୍ୟୋତିଷରେ ଚନ୍ଦ୍ର ଓ ମଙ୍ଗଳଙ୍କ ଶକ୍ତି ପରସ୍ପରଠାରୁ ଭିନ୍ନ ବୋଲି ମନେ କରାଯାଏ। ଚନ୍ଦ୍ର ଶୀତଳତା, ଭାବନା ଓ ମନର ପ୍ରତୀକ ହୋଇଥିବା ବେଳେ ମଙ୍ଗଳ ସାହସ, ଶକ୍ତି, କ୍ରୋଧ ଓ ଆକ୍ରମଣାତ୍ମକତାର ପ୍ରତିନିଧିତ୍ୱ କରନ୍ତି। ତେଣୁ ଏହି ଭିନ୍ନ ପ୍ରକୃତିର ଶକ୍ତିର ପ୍ରଭାବରେ କିଛି ରାଶିଙ୍କ ଜୀବନରେ ଚ୍ୟାଲେଞ୍ଜ ବଢ଼ିପାରେ। ଏହି ସମୟରେ କାର୍ଯ୍ୟକ୍ଷେତ୍ର, ବ୍ୟବସାୟ, ସୱାସ୍ଥ୍ୟ, ଧନ ଓ ଯାତ୍ରା ସମ୍ପର୍କିତ ମାମଲାରେ ସତର୍କ ରହିବାକୁ ପଡ଼ିପାରେ।
ମଙ୍ଗଳଙ୍କ ଏହି ଗୋଚର କର୍କଟ ରାଶିର ଲୋକଙ୍କ ପାଇଁ ଅଧିକ ସତର୍କତାର ସମୟ ହୋଇପାରେ।
କାର୍ଯ୍ୟକ୍ଷେତ୍ରରେ ଗୁପ୍ତ ଶତ୍ରୁ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି।
ବିରୋଧୀମାନେ ଆପଣଙ୍କ କାମକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି।
ଛୋଟ ଛୋଟ କଥାକୁ ନେଇ ମାନସିକ ଚାପ ଓ ଟେନ୍ସନ ବଢ଼ିପାରେ।
ସମସ୍ତ ପ୍ରକାର କାମରେ ସତର୍କତା ଅବଲମ୍ବନ କରିବା ଭଲ।
ସ୍ବାସ୍ଥ୍ୟ ପ୍ରତି କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ।
ପରସ୍ପର ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇପାରେ।
ଧନ ସମ୍ପର୍କିତ ମାମଲାରେ ବିଶେଷ ସାବଧାନ ରୁହନ୍ତୁ।
ତୁଳା ରାଶିର ଲୋକଙ୍କ ପାଇଁ ମଙ୍ଗଳଙ୍କ ଗୋଚର କିଛି ସମସ୍ୟା ଆଣିପାରେ। ମଙ୍ଗଳ ଆପଣଙ୍କ ଦଶମ ଭାବରେ ଗୋଚର କରିବେ।
କାର୍ଯ୍ୟକ୍ଷେତ୍ରରେ ଟେନ୍ସନ ବଢ଼ିପାରେ।
କାମ ସମ୍ପର୍କିତ ମାମଲାରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ।
ଏହି ସମୟରେ ପାର୍ଟନରଶିପ୍ରେ କାମ କରିବାରୁ ଦୂରେଇ ରହିବା ଭଲ।
ନୂଆ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।
ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ପରେ ସମସ୍ୟାର କାରଣ ହୋଇପାରେ।
ବୈବାହିକ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ।
ମକର ରାଶି ପାଇଁ ମଧ୍ୟ ମଙ୍ଗଳଙ୍କ ଏହି ଗୋଚର ଚ୍ୟାଲେଞ୍ଜପୂର୍ଣ୍ଣ ରହିପାରେ। କାରଣ ମଙ୍ଗଳ ଆପଣଙ୍କ ସପ୍ତମ ଭାବରେ ଗୋଚର କରିବେ।
ଜୀବନସାଥୀଙ୍କ ସହ ମତଭେଦ ଓ ବିବାଦର ସ୍ଥିତି ସୃଷ୍ଟି ହୋଇପାରେ।
ଆତ୍ମବିଶ୍ୱାସର ଅଭାବ ଅନୁଭବ କରିପାରନ୍ତି।
ନିଜ କ୍ରୋଧ ଓ କଥାବାର୍ତ୍ତା ଉପରେ ବିଶେଷ ନିୟନ୍ତ୍ରଣ ରଖିବା ଆବଶ୍ୟକ।
କୌଣସି ପ୍ରକାର ଝଗଡ଼ା ଓ ବିବାଦରୁ ଦୂରେଇ ରହନ୍ତୁ।
ବିବାଦଠାରୁ ଦୂରତା ବଜାୟ ରଖିବା ଆପଣଙ୍କ ପାଇଁ ଭଲ ହେବ।
କଳା କ୍ଷେତ୍ର ସହ ଜଡ଼ିତ ଲୋକଙ୍କୁ ମଧ୍ୟ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।