Categories: ଫୁରସତ

ବିବାହ କଲେ ମାରିଏନା, ଫୋବିଓଲା

ଓ୍ବାଶିଂଟନ୍‌: ସମଲିଙ୍ଗୀ ସମ୍ପର୍କକୁ ଅନେକ ଦେଶ ସ୍ବୀକୃତି ଦେବା ପରେ ଅନେକେ ଏବେ ନିଜ ରିଲେଶନ୍‌ଶିପ୍‌ ଷ୍ଟାଟସ୍‌କୁ ସର୍ବସମ୍ମୁଖରେ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ତେବେ ସୁନ୍ଦରୀଙ୍କ ଜଗତରେ ଏବେ ଏହି ସମ୍ପର୍କକୁ ନେଇ ଜୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ଷ ୨୦୨୦ର ମିସ୍‌ ଗ୍ରାଣ୍ଡ ଆର୍ଜେଣ୍ଟିନା ମାରିଆନା ଭରେଲା ଏବଂ ସିମ୍‌ ଗ୍ରାଣ୍ଡ ପୁଏରତୋ ରିକୋ ଫାବିଓଲା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାହାଘରକୁ ନେଇ ଏହି ଦୁଇ ସୁନ୍ଦରୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଦୁହେଁ ପରସ୍ପରକୁ ମୁଦି ପିନ୍ଧାଉଥିବା ଜାରି ଭିଡିଓରେ ଦେଖିବାକୁ ମିଳିଛି। ଦୁହେଁ
ପୁରତୋ ରିକୋର ଏକ ମ୍ୟାରେଜ୍‌ ଭେନ୍ୟୁ ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ହ୍ବାଇଟ୍‌ ଡ୍ରେସ୍‌ ପିନ୍ଧିଥିବା ଫଟୋରେ ନଜରକୁ ଆସିଛନ୍ତି।
ଏକାଧିକ ବର୍ଷ ନିଜ ସମ୍ପର୍କକୁ ଗୋପନ ରଖିବା ପରେ ଆମେ ଏହାକୁ ସର୍ବସମ୍ମୁଖକୁ ଆଣିଛୁ। ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଦିନ ବିତିବା ସାଙ୍ଗକୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ, ଯାହାପରେ ମୋରିଓନା ଓ ଫୋବିଓଲା ପରସ୍ପର ପ୍ରେମରେ ପଡ଼ିଥିବା କୁହାଯାଉଛି। ଉକ୍ତ ଫଟୋରେ ବହୁ ସେଲିବ୍ରିଟି କମେଣ୍ଟ ଜରିଆରେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୯ର ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲ ମଧ୍ୟ ଦୁଇ ସୁନ୍ଦରୀଙ୍କୁ ସେମାନଙ୍କ ବାହାଘର ପାଇଁ ଶୁଭକାମନା ଜଣାଇଛନ୍ତି।

Share