ବାପଘର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲେ ବିବାହିତା ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦଶରଥପୁର,୨୬ା୭(ସୁଶାନ୍ତ କୁମାର ବେହୁରିଆ):ପାରିବାରିକ କଳହକୁ ନେଇ ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଛନ୍ତି। ବିଷମିଶା ଖାଦ୍ୟ ଖାଇ ପରିବାରର ୬ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ବିଷାକ୍ତ ଖାଦ୍ୟ ଖାଇବା ପରେ ପ୍ରଥମେ ଅଢେଇ ବର୍ଷର ଶିଶୁ କନ୍ୟାଙ୍କ ସହ ଆଉ ଜଣେ ଯୁବକଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ମାତ୍ର କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ଏକ ଗାଡ଼ିରେ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଡାକ୍ତର ଚିକିତ୍ସା କରିବା ପରେ ବିଷାକ୍ତ ଖାଦ୍ୟ ଯୋଗୁ ଏମିତି ହୋଇଥିବା ଜଣାପଡ଼ିଥିଲା।
ଅଭିଯୋଗ ଅନୁଯାୟୀ, ୬ ମାସ ତଳେ ଜଣେ ଯୁବତୀ ବିବାହ ଠିକ୍‌ ହୋଇଥିଲା। କିନ୍ତୁ ସେ ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳର ଜଣେ ପୁଅ ସହିତ ପ୍ରେମ ବିବାହ ପାଇଁ ଘର ଛାଡ଼ି ପଳାଇଯାଇଥିଲେ। ଯିବା ସମୟରେ ଘରୁ ସୁନା, ଟଙ୍କା, ସ୍କୁଟର ସହ ଅନ୍ୟାନ୍ୟ ଜିନିଷ ସାଥିରେ ନେଇଯାଇଥିଲେ। ଏହାକୁ ପରିବାର ଲୋକ ବିରୋଧ କରିଥିଲେ। ମାତ୍ର ତାଙ୍କ ବାପାଙ୍କ ଅନ୍ୟ ସମ୍ପର୍କୀୟ ଭାଇମାନେ ଝିଅଜ୍ୱାଇଁଙ୍କୁ ଆଣି ସେମାନଙ୍କ ପାଖରେ ରଖିଥିଲେ। ଏହାପରେ କଳହ ଲାଗିରହୁଥିଲା। ୨ ଦିନ ତଳେ କଳହ ସହ ମାରପିଟ ହୋଇଥିଲା। ଏନେଇ ମଙ୍ଗଳପୁର ଥାନାରେ ୨ଟି ଅଭିଯୋଗ ହୋଇଥିଲା। ବିବାହିତ ଝିଅ ଜଣକ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ଜୀବନରୁ ହତ୍ୟା କରିବାକୁ ଧମକ ଦେଉଥିଲୋ। ଶୁକ୍ରବାର ସମ୍ପୃକ୍ତ ଯୁବତୀଙ୍କ ମା’ ଭାତ, ଡାଲି, ତରକାରି, ଶାଗ ଭଜା ଆଦି ଘର ସାମ୍ନାରେ ରୋଷେଇ କରିଥିଲେ। ଏହି ସମୟରେ ତାଙ୍କ ବିବାହିତ ଝିଅ ଜଣକ ନିକଟରେ ବୁଲିବା ସହିତ ଗାଳିଗୁଲଜ କରୁଥିଲେ। କୌଣସି ସମୟରେ ମା’ ଘର ଭିତରକୁ ଯାଇଥିବାବେଳେ ବିବାହତା ଝିଅ ଖାଦ୍ୟରେ ବିଷ ମିଶାଇ ଦେଇଥିବା ତାଙ୍କ ଅନ୍ୟ ଜଣେ ଭଉଣୀ ଅଭିଯୋଗ କରିଛନ୍ତି। ସମସ୍ତ ସଦସ୍ୟ ହସ୍ପିଟାଲରେ ଥିବାରୁ ସେ ଥାନାରେ ଅଭିଯୋଗ କରିପାରିନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri