Categories: ଫୁରସତ

ଡାକ୍ତରଙ୍କ ବିବାହ ଫଟୋ ଶେୟାର କରିଦେଲେ ସ୍ତ୍ରୀ: ପରେ ୨ ଗର୍ଲଫ୍ରେଣ୍ଡ…

ରାଞ୍ଚି,୧୦।୬: ଝାଡଖଣ୍ଡର ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲର ଜଣେ ଡାକ୍ତର ପ୍ରେମ ବ୍ୟାପାରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଡାକ୍ତରଙ୍କ ମୋବାଇଲ୍‌ ଚ୍ୟାଟ୍‌ ଦେଖି ତାଙ୍କ ସ୍ତ୍ରୀ ବିବାହ ଫଟୋ ଶେୟାର କରିବା ପରେ ସବୁ କଥା ପଦାକୁ ଆସିଛି। ଡାକ୍ତରଙ୍କ ବିବାହ ଫଟୋ ଦେଖି ତାଙ୍କ ୨ ଗର୍ଲଫ୍ରେଣ୍ଡ ଥାନାରେ ପହଞ୍ଚି ସମ୍ପୃକ୍ତ ଡାକ୍ତରଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର ସବୁଠୁ ବଡ ସରକାର ହସ୍ପିଟାଲରେ କାର୍ଯ୍ୟରତ ଡା. କୁଶ କୁମାରଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆସିଛି। ସେ ବିବାହ ପ୍ରଲୋଭନ ଦେଖାଇ ଦୁଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ପ୍ରଥମ ଯୁବତୀ ଜଣଙ୍କ ଡାକ୍ତରଙ୍କ ସହ ଗତ ୧୦ ବର୍ଷ ଧରି ସମ୍ପର୍କରେ ଥିଲେ। ସେହିପରି ଦ୍ୱିତୀୟ ଯୁବତୀ ଜଣଙ୍କ ସହ ଡାକ୍ତରଙ୍କ ୩ ବର୍ଷ ହେବା ସମ୍ପର୍କ ରହିଛି। ୨ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଡାକ୍ତର ବିବାହ କରିଥିବା କଥା ଆମେ ଜାଣି ନଥିଲୁ। ସେ ଆମକୁ ବିବାହ ପ୍ରଲୋଭନ ଦେଖାଇ ସମ୍ପର୍କ ରଖୁଥିଲେ। ନିକଟରେ କୁଶ କୁମାର ସବୁବେଳେ ହ୍ବାଟ୍‌ସଆପ୍‌ରେ ବ୍ୟସ୍ତ ରହୁଥିବା ଦେଖି ସ୍ତ୍ରୀଙ୍କ ସନ୍ଦେହ ହୋଇଥିଲା। ପରେ ସେ ସ୍ବାମୀ ଫୋନ୍‌ ଯାଞ୍ଚ୍‌ କରିବା ଆରମ୍ଭ କରିଥିଲେ। କୁଶ କୁମାର ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିବାବେଳେ ସ୍ତ୍ରୀ ଦେଖି ଦେଇଥିଲେ ଏବଂ ସେହି ଚାଟ୍‌ରେ ସେ ବିବାହ ଫଟୋ ଶେୟାର କରିଦେଇଥିଲେ। ଡାକ୍ତରଙ୍କ ଫଟୋ ଦେଖି ସମ୍ପୃକ୍ତ ୨ ଯୁବତୀଙ୍କ ପାଦ ତଳୁ ମାଟି ଖସି ପଡିଥିଲା। ଏହାପରେ ୨ ଯୁବତୀ ଥାନାରେ ପହଞ୍ଚି ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରିଥିଲେ। ପୋଲିସ ଏବେ ମାମଲାର ଯାଞ୍ଚ ଆରମ୍ଭ କରିଛି।

 

 

Share