Categories: ଜାତୀୟ

ଯୁବତୀଙ୍କ ସହ କଥା ହେବାରୁ ଜୀବନ ଗଲା

ନୂଆଦିଲ୍ଲୀ,୧୯।୧: ୨୯ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କୁ ଦିଲ୍ଲୀରେ ଛୁରି ଭୁଷି ୩ ଜଣ ଅଭିଯୁକ୍ତ ହତ୍ୟା କରିଛନ୍ତି। ତଦନ୍ତରୁ ଉକ୍ତ ବ୍ୟକ୍ତିଙ୍କୁ ଅନ୍ୟ ଯୁବତୀଙ୍କ ସହ ଦୂରେଇ ରଖିବା ପାଇଁ ହତ୍ୟା କରାଯାଇଛି। ଭଉଣୀ ଠାରୁ ଦୂରେଇ ରହିବା ପାଇଁ ବାରମ୍ବାର ଚେତାବନୀ ପରେ ଯୁବତୀଙ୍କ ଭାଇ ଓ ତାଙ୍କ ସାଙ୍ଗ ମିଳିତ ଭାବେ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିବା ପୋଲିସ ଅଧିକାରୀ କହିଛନ୍ତି।

ପୀଡ଼ିତଙ୍କ ନାମ ସଲମାନ। ସେ ୪ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି।

ଏହି ହତ୍ୟାକାଣ୍ଡ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଗିରଫ କରାଯାଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ପୋଲିସ କହିବା ଅନୁଯାୟୀ, ଉକ୍ତ ଯୁବତୀ ସୋମବାର ରାତି ୧୦ଟାରେ ଫୋନ କରି ସଲମାନଙ୍କୁ ତାଙ୍କ ଘର ପାଖକୁ ଡକାଇଥିଲେ। ସେମାନେ ସେଠାରେ କଥା ହେଉଥିବା ବେଳେ ତାଙ୍କ ଭଉଣୀ ଏହା ଦେଖି ଘର ଲୋକଙ୍କୁ ଜଣାଇଥିଲେ। ତା’ପରେ ଯୁବତୀଙ୍କ ଭାଇ ଫର୍ଦୀନ ୩ ଜଣ ସାଙ୍ଗଙ୍କୁ ନେଇ ଘଟଣା ସ୍ଥଳକୁ ଆସି ସଲମାନଙ୍କୁ ମାଡ଼ ମାରିବା ସହ ଛୁରି ଭୁଷି ଦେଇଥିଲେ। ସଲମାନଙ୍କ ମା’ ଚିତ୍କାର କରିବାରୁ ଫର୍ଦୀନ ଓ ତାଙ୍କ ସାଙ୍ଗ ଘଟଣାସ୍ଥଳରୁ ଖସି ପଳାଇଥିଲେ ବୋଲି ପୀଡ଼ିତଙ୍କ ମା’ ମୟୁର ବିହାର ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି।

Share