Categories: ଫୁରସତ

୧୦ ଥର ବିବାହ କରିସାରିଲେଣି ଏହି ମହିଳା, ଏବେ ବି ଖୋଜୁଛନ୍ତି ନୂଆ ଜୀବନସାଥୀ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିବାହ କରିବାକୁ ସମସ୍ତେ ଉତ୍ତମ ଜୀବନସାଥୀଟିଏ ଚାହିଁଥାନ୍ତି। ଯାହା ସହିତ ସାରା ଜୀବନ ଭଲରେ କଟିବ। ମାତ୍ର ଆମେରିକାର ଜଣେ ମହିଳା ଗୋଟିଏ ପରେ ଗୋଟିଏ ସ୍ବାମୀ ବଦଳାଇ ଚାଲିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଭଲ ସ୍ବାମୀଟିଏ ପାଇବା ପାଇଁ ମହିଳା ଜଣଙ୍କ ଥରେ କି ୨ ଥର ନୁହେଁ ୧୦ଥର ବିବାହ କରିସାରିଲେଣି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପ୍ରତି ତାଙ୍କର ଟିକେ ବି ଖାତିର ନାହିଁ ଯେ, ସେ ଏତେଥର ବିବାହ କରିସାରିଲେଣି। ଏବେବି ସେ ଭଲ ସ୍ବାମୀ ସନ୍ଧାନରେ ଅଛନ୍ତି। ଏହି ମହିଳାଙ୍କ ନାମି କ୍ୟାସି।
ଆମେରିକାର ନ୍ୟୁୟର୍କ ସହରରେ ରହୁଥିବା କ୍ୟାସି ଏକ ଟିଭି ଶୋ’ Dr. Phil Showରେ ଏହାର ରହସ୍ୟ ଖୋଲିଛନ୍ତି। ଏହି ଶୋ’ରେ ସଫଳ ବ୍ୟବସାୟୀ କ୍ୟାସି ଭାଗ ନେଇ ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ କଥାବାର୍ତ୍ତା କରିଥିଲେ। ୫୬ ବର୍ଷୀୟା କ୍ୟାସି କୁହନ୍ତି, ସେ ୧୦ ଥର ବିବାହ କରିସାରିଲେଣି। ସେ କୌଣସି ସାଥୀଙ୍କ ସହ ଭଲରେ ସମୟ ବିତାଇ ପାରିଲେନି। ତେଣୁ ସେ ଆଶା ରଖିଛନ୍ତି ଦିନେ ନା ଦିନେ ତାଙ୍କୁ ଭଲ ଜୀବନସାଥୀଟିଏ ମିଳିଯିବେ। ସେଥିପାଇଁ ଆଜି ବି ସେ ମିଷ୍ଟର ରାଇଟ୍‌ ଖୋଜୁଛନ୍ତି। କ୍ୟାସି କୁହନ୍ତି, ଦୀର୍ଘ ୮ ବର୍ଷ ଧରି ଜଣେ ଜୀବନସାଥୀଙ୍କ ସହ ବୈବାହିକ ଜୀବନ କଟାଇଥିବା ବେଳେ ଜଣଙ୍କ ସହ ମାତ୍ର ୬ ମାସ ରହିଥିଲେ। କ୍ୟାସିଙ୍କର ଯେଉଁ ସ୍ବାମୀଙ୍କ ସହ ପଡ଼େ ନାହିଁ ସେ ସିଧା ତାଙ୍କୁ କହିଦିଅନ୍ତି ମୋତେ ଛାଡ଼ପତ୍ର ଦିଅ। ପରେ ପୁଣି ଆଉ ଏକ ଜୀବନସାଥୀ ଖୋଜି ବସନ୍ତି। ଏହିପରି ଭାବେ ସେ ୧୦ ଥର ବିବାହ କରିସାରିଲେଣି। ତଥାପି ନୂଆ ସାଥୀ ସନ୍ଧାନରେ ଅଛନ୍ତି।

Share