ରାସ୍ତା ନ ଥିବାରୁ ଭାଙ୍ଗିଯାଉଛି ବିବାହ ପ୍ରସ୍ତାବ

ଚାନ୍ଦବାଲି,୧୮ା୭ (ରତିକାନ୍ତ ବାରିକ): ଭଲ ରାସ୍ତା ନ ଥିବାରୁ ସାହିର ପୁଅଙ୍କୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି। ଅନେକ ପୁଅଙ୍କ ପ୍ରସ୍ତାବ ଭାଙ୍ଗିଗଲାଣି। କାଦୁଅ ଗଁାକୁ ଝିଅ ଦେବେ ନାହିଁ ବୋଲି କହୁଛନ୍ତି କନ୍ୟାଘର ଲୋକେ। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଚଡ଼ଦିଆ ପଞ୍ଚାୟତର ଧ୍ରୁବପହଲ୍ଲୀପୁର ଗଁା ମଣ୍ଡଳସାହିର ଏଭଳି ସମସ୍ୟା ଲୋକଙ୍କୁ ଚିନ୍ତାରେ ପକାଇଛି। ଏହା ଉପକୂଳ ଜିଲା ହୋଇ ମଧ୍ୟ ସ୍ବାଧୀନତାର ୭୮ ବର୍ଷ ପରେ ଉପାନ୍ତ ଅଞ୍ଚଳ ଭଳି ଏଠାରେ ବିକଳ ଚିତ୍ର ଦେଖିବାକୁ ମିଳିଛି।
ଏହି ସାହିରେ ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି। ସାହିକୁ ସ୍ଥାୟୀ ରାସ୍ତାଟିଏ ନାହିଁ। ବର୍ଷାଦିନେ କାଦୁଅ ପଚପଚ ରାସ୍ତାରେ ଗାଡ଼ିମୋଟର ଯିବା ତ ଦୂର କଥା, ଚାଲି ଚାଲି ଯିବାରେ ମଧ୍ୟ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷକରି ବର୍ଷାଦିନେ ଜରୁରିକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ସେବା ସାତସପନ ପାଲଟିଛି। ଫଳରେ ଅନେକ ସମୟରେ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ସାଙ୍ଗୀ ଭାରରେ ନେବାକୁ ପଡ଼ୁଛି। ଦୀର୍ଘବର୍ଷ ହେଲା ସାହିର ଲୋକେ ଏଭଳି ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି। ତେବେ ରାସ୍ତା ସମସ୍ୟା ପାଇଁ ସାହିର ପୁଅମାନଙ୍କ ବିବାହ ପ୍ରସ୍ତାବ ଭାଙ୍ଗିଯିବା ଲୋକଙ୍କ ଚିନ୍ତା ବଢ଼ାଇଛି। ଯେଉଁଠି ସାମାନ୍ୟ ମୌଳିକ ସୁବିଧା ନାହିଁ, ସେଠି ଝିଅ ଦେବାକୁ କନ୍ୟାପିତାମାନେ ରୋକ୍‌ଠୋକ୍‌ ମନା କରିଦେଉଛନ୍ତି। ଯଦି କାହାର ବିବାହ ଠିକ୍‌ ହୋଇଯାଉଛି, ତେବେ ଗଁା ବାହାରକୁ ତଥା ମୁଖ୍ୟରାସ୍ତା ପର୍ଯ୍ୟନ୍ତ ପ୍ରାୟ ୧ କି.ମି. କାଦୁଅ ରାସ୍ତାରେ ବରଙ୍କୁ କାନ୍ଧରେ ନେବାକୁ ପଡ଼ୁଛି। ପୁଣି ବରକନ୍ୟା ଫେରିବା ବେଳେ ବି ସମାନ ଅବସ୍ଥା। ଅନ୍ୟପକ୍ଷେ ବାହାର ଗଁାରୁ ଆସୁଥିବା ବରଙ୍କୁ ମଧ୍ୟ କାନ୍ଧରେ ବେଦି ଯାଏ ନେବାକୁ ପଡ଼ୁଛି। ଭଲ ରାସ୍ତା ନ ଥିବାରୁ ପିଲାମାନେ ସ୍କୁଲ, କଲେଜ ଯିବାରେ ହଇରାଣ ହେଉଛନ୍ତି। ଏନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ନିର୍ବାଚନ ଆସିଲେ ନେତାମାନେ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦିଅନ୍ତି। ପରେ ତାହା ପ୍ରତିଶ୍ରୁତିରେ ରହିଯାଏ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଶୀଘ୍ର ଏହି ଗଁାକୁ ପକ୍କାରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଚଡ଼ଦିଆ ସରପଞ୍ଚ ପ୍ରଶାନ୍ତ କୁମାର ମାଝୀ କହିଛନ୍ତି, ସେହି ପଡ଼ାକୁ ଯେଉଁ ମାଟି ରାସ୍ତା ରହିଛି, ତାହା ସରକାରୀ ଜାଗା ନୁହେଁ। ବ୍ୟକ୍ତିଗତ ଜାଗା ହୋଇଥିବାରୁ ସରକାରୀ ଅର୍ଥ ରାସ୍ତା ନିର୍ମାଣ ନିମନ୍ତେ ମଞ୍ଜୁର କରିବା ସମ୍ଭବ ନୁହେଁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ସନତ ପାଢ଼ୀ ହେଲେ ବରଗଡ଼ DIPRO, ଦାୟିତ୍ଵ ନେଇ ସହଯୋଗ…

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆରଓ)ଭାବେ ଦାୟିତ୍ବ ଗ୍ରହଣ କଲେ ସନତ ପାଢୀ । ସେ ପଦ୍ମପୁର ଉପଖଣ୍ଡ ସୂଚନା ଓ…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri